Home ଜିଲ୍ଲା ପରିକ୍ରମା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ୨ ଦିନିଆ ଭଦ୍ରକ ଗସ୍ତ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ୨ ଦିନିଆ ଭଦ୍ରକ ଗସ୍ତ

11

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଂଟିଆ ଆଜି ଭଦ୍ରକକୁ ୨ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ସେ ଅପରାହ୍ନ ୧.୩୦ ରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟାଳୟରେ ପହଂଚିବା ପରେ ୟୁନିଟ୍‌ର କର୍ତୃପକ୍ଷ, ଜିଲା ଶିଶୁ ମଙ୍ଗଳ କମିଟି, ଜିଲା ସମାଜ ମଙ୍ଗଳ ଓ ଜିଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସେ ଭଦ୍ରକ ସହରାଂଚଳରେ ଅବସ୍ଥିତ ଗାନ୍ଧି ବାଳାଶ୍ରମ ଯାଇ ପିଲାମାନଙ୍କ ସହ ମତ ବିନିମୟ କରିଥିଲେ। ଆଶ୍ରମର ପରିଚାଳନା ଓ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଯାଇ ଆସିୟାନା ଓପନ ସେଲଟର ସେଂଟର ପରିଦର୍ଶନ କରିବା ସହ ସେଠାରେ ଥିବା ପିଲାମାନଙ୍କୁ ପଚରା ଉଚୁରା କରି ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ। ପରେ ସନ୍ଧ୍ୟାରେ ସେ ଗେଲପୁରସ୍ଥିତ ଜିଲା ନୂତନ ମେଡିକାଲକୁ ଯାଇ ପ୍ରସୂତି ବିଭାଗ ବୁଲି ଦେଖିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ପ୍ରସୂତି ମାନଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ପରେ ସେଠାରେ ଥିବା ଡାକ୍ତର ଓ ନର୍ସ ଓ ଡାକ୍ତରଖାନା ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସର୍କିଟ୍ ହାଉସ୍ ଠାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନୁହାସ, ତିହିଡି ସ୍ଥିତ ଶାନ୍ତି ଆଶ୍ରମର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ଜିଲା ଶ୍ରମ ଅଧିକାରୀ, ସମାଜ ମଙ୍ଗଳ କାର୍ଯ୍ୟାଳୟର ପୋଷଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.