Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

5

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ୨୩ ତାରିଖରୁ ଆରମ୍ଭ ହୋଇ ଦୁଇଦିନ ବ୍ୟାପୀ ଚାଲିଥିବା ଜିଲାସ୍ତରୀୟ ବ୍ୟାଡମିଂଟନ ଚମ୍ପିୟାନସିପ୍ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଗତକାଲି ରାତିରେ ଉଦ୍‌ଯାପିତ ହୋଇଯାଇଛି। ଭଦ୍ରକ ଜିଲା ବ୍ୟାଡମିଂଟନ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ଜିଲାସ୍ତରୀୟ ବ୍ୟାଡମିଂଟନ ଚମ୍ପିଆନସିପ୍‌ରେ ସମସ୍ତ ବର୍ଗରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ପ୍ରାୟ ୧୮୫ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ୯ ବର୍ଷରୁ କମ୍ ପୁରୁଷ ବିଭାଗରେ ସୌମ୍ୟ ମୈତୀକୁ ହରାଇ ନିମିତ୍ କେଜ୍ରିୱାଲ ଚମ୍ପିୟାନ ହୋଇଥିଲେ। ସେହିଭଳି ୧୧ ବର୍ଷରୁ କମ୍ ବିଭାଗରେ ଶୁଭାଦିତ୍ୟ ମହାପାତ୍ର ଚମ୍ପିୟାନ ହୋଇଛନ୍ତି। ୧୩ ବର୍ଷରୁ କମ୍ ପୁରୁଷ ବିଭାଗରେ ସାଇ ସାମଲଙ୍କୁ ହରାଇ ଆନନ୍ଦ ଅମିତାଭ ଦାସ ଚମ୍ପିୟାନ ହୋଇଛନ୍ତି। ଡବଲ୍ସରେ ଅଭିକ୍ ଏବଂ ଭୋଲାକୁ ହରାଇ ଅମିତାଭ ଓ ପ୍ରତ୍ୟୁଷ ରାଉତ ଚମ୍ପିୟାନ ହୋଇଛନ୍ତି। ୧୫ ବର୍ଷରୁ କମ୍ ବିଭାଗ ପୁରୁଷରେ ଆୟୁଷ୍ମାନକୁ ହରାଇ ଶିବସର୍ମ୍ପକ ଚମ୍ପିୟାନ ହୋଇଛନ୍ତି। ମହିଳା ବିଭାଗରେ ନିତ୍ୟାକୁ ହରାଇ ଦକସାସୀ ଚମ୍ପିୟାନ ହୋଇଛନ୍ତି। ଡବଲ୍ସରେ ଆୟୁଷ୍ମାନ ସାହୁ ଓ ସାଇ ସାମଲଙ୍କୁ ହରାଇ ଦେବାଶିଷ ଓ ଶିବସର୍ମ୍ପକ ଜୟଯୁକ୍ତ ହୋଇଛନ୍ତି। ୧୭ ବର୍ଷରୁ କମ୍ ବିଭାଗରେ ହିମାଂଶୁ କୁ ହରାଇ ଶୁଭ୍ରାଂଶୁ ଜିତିଛନ୍ତି। ଡବଲ୍ସ ବିଭାଗରେ ଭବ ଜଗଦୀଶକୁ ହରାଇ ଆୟୁଷ୍ମାନ ଓ ଦେବାଶିଷ ଜୟଯୁକ୍ତ ହୋଇଛନ୍ତି। ୧୯ ବର୍ଷ କମ୍ ବିଭାଗରେ ଶୁଭ୍ରାଂଶୁଙ୍କୁ ହରାଇ ନିହାର ଚମ୍ପିୟାନ ହୋଇଛନ୍ତି। ଡବଲ୍ସ ବିଭାଗରେ ରୋହିତ ଆୟୁଷ୍ମାନକୁ ହରାଇ ଶିବ ଓ ନିହାର ଚମ୍ପିୟାନ ହୋଇଛନ୍ତି। ସିନିୟର ସିଙ୍ଗିଲ୍ସରେ ପ୍ରିୟାଂଶ ମଲ୍ଲିକକୁ ହରାଇ ଗୋପାଳ ସାମଲ ଚମ୍ପିୟାନ ହୋଇଛନ୍ତି। ଡବଲ୍ସରେ ମଗଦୁଲ ଏଣ୍ଡ ସକିଲଙ୍କୁ ହରାଇ ଅଶୋକ ଓ ଗୋପାଳ ଚମ୍ପିୟାନ ହୋଇଛନ୍ତି। ୪୦ ବର୍ଷରେ ନିର୍ମଳ ଏଣ୍ଡ ଶରତକୁ ହରାଇ ବ୍ୟୋମକେଶ ଓ ପାର୍ଟନର ଚମ୍ପିୟାନ ହୋଇଛନ୍ତି। ସେହିଭଳି ୪୫ ବର୍ଷରେ ବ୍ୟୋମକେଶ ଚମ୍ପିୟାନ ହୋଇଛନ୍ତି। ଏହି ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସିଟି ଡିଏସ୍‌ପି ସମ୍ବିତ କୁମାର ମାଝୀ, ସମ୍ମାନିତ ଅତିଥି ଭାବେ ଶୁଭେନ୍ଦୁ ରାୟ ମହାପାତ୍ର, ଶିଳ୍ପପତି ଅଶୋକ କୁମାର ଗୁପ୍ତା, ଜିଲା ବଡି ବିଲ୍‌ଡିଂ ଆସୋସିଏସନ୍‌ର ସଂପାଦକ ତୁଷାରକାନ୍ତ ଦାସ, କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ପାଣି, ବିବିଏ ଏକାଡେମୀର ଉଦ୍ୟୋକ୍ତା ଦୀପିକା ଦେଶାଇ ଓ ଚିରାଗ ଦେଶାଇ, ଓଡ଼ିଶା ରାଜ୍ୟ ସାଇ ବ୍ୟାଡମିଂଟନର କୋଚ୍ ସୁଶୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲା ବ୍ୟାଡମିଂଟନ ଆସୋସିଏସନ୍‌ର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର, କାର୍ଯ୍ୟକାରୀ ସଂପାଦକ ନିଳାଦ୍ରୀ ମହାନ୍ତି ଏଥିରେ ଯୋଗ ଦେଇଥିଲେ। ଏହି ଖେଳକୁ ରେଫରୀ ବୁନୁ ପାଲ, ବିଶ୍ୱନାଥ ଦତ, ଟୋନି, ଚିରଞ୍ଜୀବ ଭୋଇ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.