Home ଜିଲ୍ଲା ପରିକ୍ରମା ବନ୍ତଛକରେ ଡକାୟତି ଗ୍ୟାଙ୍ଗକୁ ଧରିଲା ସହରାଂଚଳ ପୁଲିସ୍‌, ବନ୍ଧୁକ, ଗୁଳି, ଛୁରୀ, ଗ୍ୟାସ୍ କଟର ଜବତ,...

ବନ୍ତଛକରେ ଡକାୟତି ଗ୍ୟାଙ୍ଗକୁ ଧରିଲା ସହରାଂଚଳ ପୁଲିସ୍‌, ବନ୍ଧୁକ, ଗୁଳି, ଛୁରୀ, ଗ୍ୟାସ୍ କଟର ଜବତ, ୬ କୋର୍ଟ ଚାଲାଣ

12

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତକାଲି ରାତିରେ ସୋର ଅଂଚଳର ୬ ଜଣ କୁଖ୍ୟାତ ଡକାୟତ ଗ୍ୟାଙ୍ଗ ଭଦ୍ରକର କେତେକ ସ୍ଥାନରେ ଡକାୟତି କରିବାର ଯୋଜନା କରୁଥିବାବେଳେ ସହରାଂଚଳ ଥାନା ପୁଲିସ୍‌ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ସୋରୋ ଅଂଚଳର ସେକ୍ ସମରାଜ, ସୁଶାନ୍ତ କୁମାର ସେଠୀ, ରାଜୀବ କୁମାର ନାୟକ, ସଂଜୟ ଦଳେଇ, ବିଶ୍ୱନାଥ ଦାସ, ସେକ୍ ଅରିଫ ପ୍ରମୁଖ ବନ୍ତଛକ ନିକଟ ଏକ ସ୍ଥାନରେ ଡକାୟତ କରିବାର ଯୋଜନା କରୁଥିବାବେଳେ ଉକ୍ତ ସ୍କ୍ୱାର୍ଡକୁ ଦେଖି ରାତି ଅନ୍ଧାରର ସୁଯୋଗରେ ଖସିଯିବାର ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ପୁଲିସ୍ ୩ ଜଣଙ୍କୁ କାବୁ କରି ନିକଟସ୍ଥ ଏସ୍‌ବିଆଇ ଏଟିଏମ୍‌ରେ ଅଟକ ରଖି ଅନ୍ୟମାନଙ୍କୁ ଧରିବା ପାଇଁ ଚାଲିଯାଇଥିଲେ। ପରେ ସେମାନଙ୍କୁ ବରପଦା ନିକଟରେ ଗୋଡାଇ ଧରିବା ପରେ ସମସ୍ତ ଡକାୟତ ଗ୍ୟାଙ୍ଗକୁ ଥାନାକୁ ଆଣିବା ମଧ୍ୟରେ ଏଟିଏମ୍‌ରେ ଅଟକ ଥିବା ଡକାୟତଙ୍କ ମଧ୍ୟରୁ ଜଣେ ସେମାନଙ୍କର ବନ୍ଧୁକଟିକୁ ଏଟିଏମ୍ ଡଷ୍ଟବିନ୍‌ରେ ଲୁଚାଇ ଦେଇଥିଲା। ଆଜି ତଦନ୍ତ ସମୟରେ ସେମାନଙ୍କ ନିକଟରୁ , ୩ଟି ଗୁଳି, ଦୁଇଟି ଛୁରୀ ଓ ଏକ ଗ୍ୟାସ୍ କଟର ଜବତ ହୋଇଥିବାବେଳେ ପିସ୍ତଲଟିକୁ ଏଟିଏମ୍‌ରେ ଲୁଚାଇଥିବାର କହିଥିଲେ। ପୁଲିସ୍ ଏଟିଏମ୍‌କୁ ଯାଇ ଆଜି ବନ୍ଧୁକଟିକୁ ଜବତ କରି କେଶ୍ ନଂ ୪୯୫/୨୫ ମୂଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ତଦନ୍ତ କାଳରେ ଏହି ଅଭିଯୁକ୍ତମାନେ ହାର୍ଡ କ୍ରମିନାଲ ହୋଇଥିବାବେଳେ ସେମାନଙ୍କ ନାମରେ ବିଭିନ୍ନ ସ୍ଥାନରେ ପୂର୍ବରୁ ଡକାୟତି ଭଳି ସଂଗୀନ ଅଭିଯୋଗ ରହିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.