Home ଜିଲ୍ଲା ପରିକ୍ରମା ସହିଦନଗର ଐତିହାସିକ ସହିଦ ସ୍ମୃତିପୀଠ ରୂପରେଖ ବଦଳିବ, ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ

ସହିଦନଗର ଐତିହାସିକ ସହିଦ ସ୍ମୃତିପୀଠ ରୂପରେଖ ବଦଳିବ, ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ

13

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକ ର ସହିଦନଗର ଠାରେ ଐତିହାସିକ ପୀଠର ରୂପରେଖ ବଦଳିବ। ୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖରେ ସଂଘଟିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ସ୍ଥଳ ସହିଦ ନଗରସ୍ଥିତ ଶହୀଦ ସ୍ମୃତି ପୀଠ ।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଇଛି।ଗୁରୁବାର ଧାମନଗର ବିଧାୟକ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ନିର୍ଦେଶକ କ୍ରମେ ଏକ ପ୍ରତିନିଧି ଦଳ ଶହୀଦ ସ୍ମୃତି ପୀଠ ପରିଦର୍ଶନ କରିଛନ୍ତି।ଭଦ୍ରକର ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଓଏସଡି ମିତେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଦିନ ଧାମନଗର ବ୍ଳକର ସହିଦ ନଗରରେ ପହଂଚିଥିଲେ।ଟିମ ଶହୀଦ ସ୍ମୃତି ପୀଠ ସମେତ ଲୁଣିଆ ଗୁଳିକାଣ୍ଡର ମୂକସାକ୍ଷୀ ଐତିହାସିକ କବି ପୋଖରୀ ଏବଂ ପାଶ୍ୱବର୍ତୀ ଅଂଚଳ ବୁଲି ଦେଖିଥିଲେ।ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ବିବିଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ।କବି ପୋଖରୀକୁ ନୂଆ ରୂପ ସହ ପାର୍କ,ଫୁଡ଼ ଷ୍ଟଲ,ଐତିହାସିକ ସ୍ମାରକୀ,ରିଫ୍ରେସ ସେଂଟର ଆଦି ଏକାଧିକ କାର୍ଯ୍ୟ କରାଯିବ ଏବଂ ସ୍ଥାନୀୟ ପୀଠର ଗୁରୁତ୍ୱ ଦୃଷ୍ଟିରୁ ବ୍ୟବସାୟୀଙ୍କୁ ଆରଏମସି ଦ୍ୱାରା ଗୃହ ନିର୍ମାଣ କରାଯିବ।ଶହୀଦ ସ୍ମୃତି ପୀଠକୁ ଲାଗି ଜବରଦଖଲ ହୋଇଥିବା ଜାଗାକୁ ମୁକ୍ତ କରିବା ଉପରେ ଆଲୋଚନା କରିଥିଲେ।ଏହି ଗସ୍ତରେ ଅନ୍ୟ ମାନଂକ ମଧ୍ୟରେ ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ବୁଦ୍ଧଦେବ ଜେନା,ଶହୀଦ ସ୍ମୃତି ରକ୍ଷା କମିଟିର ଉପସଭାପତି ବୈକୁଣ୍ଠ ନାଥ ସାହୁ,ସହିଦ ନଗର ବଣିକ ସଂଘର ସଭାପତି ଗଙ୍ଗାଧର ନାୟକ,ରାଜସ୍ୱ ନିରୀକ୍ଷକ ଦେବୀ ପ୍ରସନ୍ନ ବାରିକ,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଯେ ସ୍ୱାଧୀନତା ସଂଗ୍ରାମରେ ଲୁଣିଆ(ସହିଦ ନଗର)ରେ ବ୍ରିଟିଶ ପୁଲିସ ଗୁଳିରେ ୯ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ।ଏହି ସ୍ଥାନକୁ ପୁର୍ବ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଥିଲେ ମାତ୍ର ସେପରି କିଛି ବିକାଶ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.