Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ

27

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ ଓଡିଶା ଅଙ୍ଗନାୱାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସାହାୟିକାମାନେ ଆଠ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଗାନ୍ଧୀ ପଡିଆ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା। ପରେ ସେଠାରେ ନିଜର ଦାବୀ ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଥିବା ସଂଘ ଅଭିଯୋଗ କରିଛି। ସେହିପରି ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ୫ ଜି ମୋବାଇଲ ଦେବାକୁ ଦାବୀ ଆଦି ପରି ଆଠ ଦଫା ଦାବୀ ଉଠାଇଛି ସଂଘ। ଅନ୍ୟପଟେ ଭଦ୍ରକରେ ନିମ୍ନ ମାନର ଛତୁଆ ବଂଟନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲପାଳଙ୍କ ଜରିଆରେ ଉପମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଅଲ ଓଡ଼ିଶା ଅଙ୍ଗନବାଡ଼ି ୱର୍କର ଏସୋସିଏସନ ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.