ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ଗତ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳିତ ହୋଇଥିଲା। ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଆରଡି ପୀଠର ସାହି ଓ ବଜାର ପରିକ୍ରମା କରିବା ପରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମ୍ମୁଖରେ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିରର ସମ୍ପାଦକ ସ୍ୱାଧିନ କୁମାର ଦାସ, ପ୍ରଧାନ ଆର୍ଚ୍ଚାର୍ଯ୍ୟ ବିଭୁତି ବିଶ୍ୱାଳଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।








