Home ଜିଲ୍ଲା ପରିକ୍ରମା ଦଳିତ ବସ୍ତିରେ ସ୍ୱାଧୀନତା ଦିବସ ପାଳିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ଦଳିତ ବସ୍ତିରେ ସ୍ୱାଧୀନତା ଦିବସ ପାଳିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

11

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ବର୍ଷ ମାନଙ୍କ ଭଳି, ଏବର୍ଷ ମଧ୍ୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ସଦସ୍ୟ ମାନେ ନୂଆସାହିରେ ବାସକରୁଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ଗହଣରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ। ପୂର୍ବାହ୍ନ ୯ ଘଟିକା ସମୟରେ ନୂଆସାହିର ମୁରବି ଶାନ୍ତି ମୁଣ୍ଡା ଜାତୀୟ ପତାକା ଉତୋଳନ କରିଥିଲେ। ସମବେତ ଜନତା ସମସ୍ୱରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀ ଉତ୍ସବରେ ଅଧ୍ୟକ୍ଷତାକରି ସ୍ୱାଧୀନତା ଦିବସ ପାଳନର ମହତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଫେସର୍ ବିଜୟ କୁମାର ଜେନା ଏହି ଦିବସକୁ ଭାରତର ପବିତ୍ରତମ ଦିବସ ବୋଲି ବର୍ଣ୍ଣନା କରିଥିଲେ। ପ୍ରତିଷ୍ଠାନର ସମ୍ପାଦକ ଆଡଭୋକେଟ୍ ପବନ କୁମାର ଶର୍ମା ଭାରତର ସ୍ୱାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ତଥା ସମାଜସେବୀ ବିଦ୍ୟାଧର ବାରିକ ଓ ଭୂପେନ୍ଦ୍ର ବେହେରା ଉତ୍ସବ ପରିଚାଳନା କରିଥିଲେ। ପ୍ରତିଷ୍ଠାନର ସହସମ୍ପାଦକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବସ୍ତିି ବାସିନ୍ଦାମାନେ ଅନନ୍ୟ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.