Home ଜିଲ୍ଲା ପରିକ୍ରମା ଗ୍ରେଡ ପେ ବୃଦ୍ଧି ଦାବି ଆନ୍ଦୋଳନ ପାଇଁ ସଜବାଜ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

ଗ୍ରେଡ ପେ ବୃଦ୍ଧି ଦାବି ଆନ୍ଦୋଳନ ପାଇଁ ସଜବାଜ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

13

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଥମିକ ଶିକ୍ଷକ ମାନଙ୍କର ଦୀର୍ଘ ଦିନର ଦାବିକୁ ସରକାର ଅଣଦେଖା କରୁଛନ୍ତି । ବର୍ତମାନ ସାରା ଦେଶରେ ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ୪୨୦୦ ଗ୍ରେଡ ପେ’ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଏହା ପାଇଁ ବାରମ୍ବାର ଆନ୍ଦୋଳନ ହୋଇ ସାରିଛି । ଏହି ଆନ୍ଦୋଳନକୁ ଲକ୍ଷ୍ୟ କରି ସରକାର ବିଭିନ୍ନ ସମୟରେ ଖାଲି କମିଟି ଗଠନ କରି ଆନ୍ଦୋଳନକୁ ଭଣ୍ଡୁର କରୁଛନ୍ତି । ଗତ ଏପ୍ରିଲ ମାସରେ ଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ଶିକ୍ଷକ ମାନଙ୍କର ଠିକା ୬ ବର୍ଷର କାର୍ଯ୍ୟକାଳକୁ ଉଠାଇ ସ୍ଥାୟୀ ଭାବରେ ନିଯୁକ୍ତି ଦିନ ଠାରୁ ଗଣିବା ପାଇଁ ଏକ ପ୍ରସ୍ତାବ ଅନୁମୋଦନ କରାଯାଇ ସରକାରଙ୍କୁ ବିବଦ୍ଧ ଭାବେ ଘୋଷଣା ପାଇଁ ଅନୁରୋଧ କରାଯାଇଥିଲା। ଏହାକୁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ସ୍ୱାଗତ କରିଥିବା ବେଳେ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ୍ ଭୁକ୍ତ) ସ୍ୱାଗତ ଜଣାଇଥିଲା। ପ୍ରାଥମିକ ଶିକ୍ଷକ ମାନଙ୍କର ଠିକା ଉଚ୍ଛେଦକୁ ଉଠାଇ ନିଯୁକ୍ତିର ମୂଳଦିନ ଠାରୁ ଚାକିରିକୁ ଗଣନା କରି ୬ବର୍ଷର ୬ଟା ଇନକ୍ରିମେଟ ପ୍ରଦାନ କରିବା ଏବଂ ଗ୍ରେଡ ପେ’ ୪୨୦୦ ଦେବା ପାଇଁ ଅଦ୍ୟ ସ୍ଥାନୀୟ ବାଇପାସ୍ ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଜିଲ୍ଲା ବୈଠକରେ ଶିକ୍ଷକ ନେତା, ପ୍ରଭାସ ପଣ୍ଡା, ପ୍ରଦୀପ ସେଠୀ, ଜ୍ୟୋତିର୍ମୟ ଅଗସ୍ତି, ହେମନ୍ତ ମଲ୍ଲିକ ପ୍ରଶାନ୍ତ ବାରିକ, ଅଜିତ ମହାରଣା, ଲଳିତ ନାରାୟଣ ରାଉତ, ଗିରିଧାରୀ ଦର ସୁବ୍ରତ କୁମାର ଧଳ, ପରମେଶ୍ୱର ପୃଷ୍ଟି, ଭାସ୍କର ଚନ୍ଦ୍ର ଦାସ, ପ୍ରଦୀପ ମହାନ୍ତି, ଶୁସାନ୍ତ ବେହେରା, ମାନସ ରଂଜନ ନାୟକ, ଦେବାଶିଷ ନାଥ, ଦୀପକ ମହାନ୍ତି, ଆଲୋକ ମଲ୍ଲିକ, ସଂଜୟ ବିନ୍ଧାଣି ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.