Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୋଟ ଚୋରିକୁ ନେଇ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୋଟ ଚୋରିକୁ ନେଇ ସାମ୍ବାଦିକ ସମ୍ମିଳନୀ

15

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ଭୋଟ ଚୋରି ହୋଇଥିବା ନେଇ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ର ମୁଖପାତ୍ର ରଜନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ପ୍ରମାଣ ସୁରୂପ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରର ଚାଲୁଥିବା ବିଜେପି ସରକାର ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ କିପରି ଜାଲିଆତି ଭୋଟ ଚୋରି କରିଛନ୍ତି ସେଥି ନେଇ କର୍ଣ୍ଣାଟକର ଏକ ଲୋକସଭା ଆସନ ର ଭୋଟ ଜାଲିଆତି ସମ୍ପର୍କ ରେ ଏଲ ସି ଡି ମଧ୍ୟରେ ଫୋଟ ଚିତ୍ର ଏବଂ ଭିଡ଼ିଓ ପ୍ରଦର୍ଶନ କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ୫ ପ୍ରକାର ଭୋଟ ଜାଲିଆତିର ହୋଇଥିବା ମୁଖପାତ୍ର ରଜନୀ ମହାନ୍ତି ଅଭିଯୋଗ କରିବା ସହ ଗଣତନ୍ତ୍ର କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏହି ଭୋଟ ଚୋରି କୁ ବିରୋଧି ଦଳ ନେତା ରାହୁଲ ଗାନ୍ଧିଜୀ ଧରିବା ସହ ଆଗାମୀ ଦିନରେ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ଦଳ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,, ହରିହର ମଣ୍ଡଳ, ପୂର୍ବତନ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, କାଉନସିଲର ଫରିୟାଜ଼ ଖାଁ,, ଯୁବନେତା ମନୋରଞ୍ଜନ ଦାସ, ଯୁବନେତା ଫୟାଜ଼ ଖାଁ, ବବଲୁ ଦାସ,ସେକ ତଇମୁର ଅଲି,, ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.