Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଚୋରି ବୃଦ୍ଧି, ତେଜରାତି ଦୋକାନରୁ ଚୋରି

ଧାମନଗର ଅଂଚଳରେ ଚୋରି ବୃଦ୍ଧି, ତେଜରାତି ଦୋକାନରୁ ଚୋରି

8

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି। ଧଳା ଜହର ଓ ଚୋରା ମଦ ଏ ଚୋରିର ମୁଖ୍ୟକାରଣ। ମଠ ମନ୍ଦିରରେ ଚୋର ମାନେ ଚୋରିକରି ପୋଲିସ ଦ୍ୱାରା ଗିରଫ ହୋଇ ଥିବାବେଳେ ପୁଣି ଏହି ଥାନା ଦୋବଲ ବଜାରରେ ଥିବା ଡବିରୁଦ୍ଦିନ ଖାନ ଙ୍କ ତେଜରାତି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଡବିରୁଦ୍ଦିନ ଦୋକାନ ଖୋଲିବା ପାଇଁ ଆସି ଦେଖିବା ବେଳକୁ ତାଙ୍କ ଦୋକାନର ପଛପଟ ଝରକା ଓ ମଝିରେ ଥିବା କବାଟ ତାଲା ଭଙ୍ଗା ଯାଇଛି। ଦୋକାନରେ ଥିବା ତେଜରାତି ସଉଦା ସହିତ ବାକ୍ସରେ ଥିବା ନଗଦ ୧୦ ହଜାର ଟଙ୍କା ଚୋରି ହୋଇଛି। ଏ ସମ୍ପର୍କରେ ଡବିରୁଦ୍ଦିନ ଥାନାରେ ଅଭିଯୋଗ କରିବା ପରେ ପୁଲିସ, ବୈଷୟିକ ଦଳ ଓ ସନ୍ଧାନୀ କୁକୁର ପହଂଚି ତଦନ୍ତ କରିଛନ୍ତି। ପ୍ରକାଶ ଥାଉ କି ଧାମନଗର ଥାନା ଅଂଚଳରେ ମଠ, ମନ୍ଦିର, ଦୋକାନ ଓ ଘରୁ ଚୋରି ବଢ଼ିବାରେ ଲାଗିଛି। ଅସାମାଜିକ କାର୍ଯ୍ୟ କଳାପ ମଧ୍ୟ ବୃଦ୍ଧି ପାଇଛି। ଲୋକମାନେ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଧାମନଗର ଥାନା କେଶ ନମ୍ୱର ୨୮୮/୨୫ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.