Home ଜିଲ୍ଲା ପରିକ୍ରମା ଧାମନଗର: ଏବେବି ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ଗରିବ ପରିବାର, ହେଲେ ଥିଲାବାଲାଙ୍କୁ ପକା...

ଧାମନଗର: ଏବେବି ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ଗରିବ ପରିବାର, ହେଲେ ଥିଲାବାଲାଙ୍କୁ ପକା ଘର ମିଳୁଛି, ଭଙ୍ଗା ଚାଳଘରେ ଦୁଇ ଭାଇ

10

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପରେ ସରକାର ବଦଳୁଛନ୍ତି , ନେତା ଙ୍କ ଭାଗ୍ୟ ବଦଳୁଛି ହେଲେ ଗରିବ ଲୋକ ଙ୍କ ଭାଗ୍ୟ ବଦଳିନି।ସରକାର କହୁଛନ୍ତି କେହି ବି ଗରିବ ଲୋକ ଚାଳ ଘରେ ରହିବେ ନାହିଁ ସେମାନଙ୍କୁ ପକା ଘର ଦିଆଯିବ ।ହେଲେ ଗରିବ ଲୋକ ଏବେ ବି ଭଙ୍ଗା ଘରେ ଜୀବନ ବିତାଉଛନ୍ତି।ସ୍ୱାଧୀନତା ପରେବି ଏ ମାନେ ପରାଧୀନ ହୋଇ ରହିଛନ୍ତି। ଏମିତି ଏକ ଭଙ୍ଗା ଘରେ ରହି ଜୀବନ ବିତାଉଥିବା ଦିନ ମଜୁରିଆ ଦୁଇ ଭାଇ ଙ୍କ ତଥ୍ୟ ନଯରକୁ ଆସିଛି।ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତ ରଘୁନାଥପୁର ଗାଁର ଦି ଭାଇ ରବୀନ୍ଦ୍ର ନାୟକ ଓ ପ୍ରଫୁଲ୍ଲ ନାୟକ। ଦିନ ମଜୁରିଆ ବୟସ ପାଖ ପାଖି ୬୫ ରୁ ୭୦ ହେବ। ଭଙ୍ଗା ଦଦରା ଘର ଯୋଗୁଁ ଦୁଇଟି ପରିବାର ଭାରି ଦୁର୍ଦ୍ଦିନ ରେ ରହୁଛନ୍ତି। ସ୍ତ୍ରୀ, ପିଲାଙ୍କୁ ମିଶାଇ ୪ ଜଣ ପରିବାରରେ ରବୀନ୍ଦ୍ର ଏକା ରୋଜଗାରିଆ। ଦିନକୁ ୩୦୦ ଟଙ୍କା ମଜୁରୀ। ସେମିତି ପ୍ରଫୁଲ୍ଲ ନାୟକଙ୍କର ପରିବାର କହିଲେ ୫ ଜଣ। ମୂଲ ଲାଗନ୍ତି ନ ହେଲେ ମାଗିଯାଚି ଚଳନ୍ତି। ବର୍ଷା ଦିନେ ବିଲ କାମ ଛାଡ଼ିଦେଲେ ଆଉ କିଛି କାମ ମିଳେନି। ପୁଣି ବାର୍ଦ୍ଧକ୍ୟ କୁ ଦୁର୍ବଳ ଶରୀର ଯୋଗୁଁ ବିଲର ପାଣି କାଦୁଅର କାମ କରିହେଉନି। ଏଥିପାଇଁ ଦି ଭାଇ ବର୍ଷା ଦିନେ ବିଲକୁ ଯାଇ ପାରୁନାହାନ୍ତି। ବର୍ଷା ମାସରେ କାମ ନଥିବାରୁ ଘରର ଅବସ୍ଥା ଖରାପ। ଗୁହାଳ ଭଳି ଦିଟି ଝାଟିମାଟି ଘରେ ଦି ଭାଇଙ୍କ ପରିବାର ଆଶ୍ରୟ ନେଇଛି। ବର୍ଷା ଅସରାଏ ହେଲେ ଘର ଭିତରେ ପାଣି ପଶୁଛି। ପଇସା ଅଭାବ ଯୋଗୁଁ ଏଥର ଛପର କରିପାରିଲେନି। ଏଣୁ ପଲିଥିନ ହିଁ ଏକମାତ୍ର ସାହା ଭରଷା । ସେପଟେ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଦୁଇ ଭାଇ କେତେ ଯେ ଗୁହାରି କରିଛନ୍ତି ତାର ହିସାବ ନାହିଁ। ତାଙ୍କ ଆଖି ଆଗରେ ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡ଼ିଆ, ନିର୍ମାଣ ଶ୍ରମିକ ଆବାସ, ପ୍ରଧାନମନ୍ତ୍ରୀ ଆବାସ ଆଉ ଅନ୍ତ୍ୟୋଦୟ ଗୃହ ଯୋଜନା ପ୍ରଚଳନ ହୋଇଛି। ହେଲେ କୌଣସି ଯୋଜନା ୟାଙ୍କୁ ଛୁଇଁ ପାରିଲାନି। ସବୁଥର ନିର୍ବାଚନ ପୂର୍ବରୁ ସରପଂଚ, ସମିତି ସଭ୍ୟ, ବିଧାୟକ ଓ ଅନ୍ୟ କର୍ମୀ ପ୍ରତିଶ୍ରୁତି ଦିଅନ୍ତି ଘରଟିଏ ଦେବାକୁ ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ପାରିଲାନି। ହେଲେ ତାଙ୍କ ଆର୍ôଥକ ଅବସ୍ଥାରେ ପରିବର୍ତନ ଆସିଲାନି। ସରକାରୀ ଆବାସ ଯୋଜନାରେ ଘର ଯୋଗାଇଦେବା ନେଇ ପଂଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ସର୍ଭେ ହେଲେ ସେମାନଙ୍କ ନାମ ଦିଆ ଯିବ ଉକ୍ତ ପଂଚାୟତ ରେ ୯୫୦ ଘର ସର୍ଭେ ହେବ ସେମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଅଧିକାରି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.