Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ଜିଲାପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

41

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝୁଲଣ ପୁର୍ଣିମାରେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟ ବାଉଦପୁର ଗ୍ରାମ ଶ୍ୟାମଚାନ୍ଦ ମନ୍ଦିର ଦର୍ଶନରେ ଯାଇଥିଲେ । ବାଉଦପୁର ଗ୍ରାମର ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ, ନରେନ୍ଦ୍ର ମୋଦି ଜି, ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ପ୍ରରୋଚନାରେ ବାଉଦପୁରଗ୍ରାମରେ ରହି ଦେଶର ଉନ୍ନତି ଓ ପୃଥିବୀ ଶାନ୍ତି ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଯେଉଁସବୁ ପ୍ରସ୍ତାବ ଦେଉଛନ୍ତି। ତାହା ୧୨ ଟି ପୁସ୍ତକ ‘ଲେଟର୍ସ ଟୁ ଦ ଅନେବୁଲ ପ୍ରାଇମ୍ ମିନିଷ୍ଟର’ ପ୍ରକାଶିତ ହୋଇଅଛି । ଏସବୁ ପୁସ୍ତକ ଆମାଜନ ଦ୍ୱାରା ଅନଲାଇନରେ ପ୍ରାପ୍ତହୁଏ ଓ ସେଥିର ପୁସ୍ତକ “ଲେଟର୍ସ ଟୁ ଦ ଅନେବୁଲ ପ୍ରାଇମ୍ ମିନିଷ୍ଟର ଏକ୍ସଆଇ” ଜିଲାପାଳ ଶ୍ରୀ ରାଉତରାୟଙ୍କ ଦ୍ୱାରା ଉନ୍ନୋଚିତ ହୋଇଅଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭାଗବତ ଦାସ, ସ୍ୱରାଜ କୁମାର ଦେ, ଲିପୁ ଦାସ ଓ ନିତ୍ୟ ଗୋପାଳ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.