Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ଖୋଲାଥିବା ବେଳେ ଛାତ୍ରଛାତ୍ରୀ ସହ ପ୍ରଧାନ ଶିକ୍ଷକ ମଦ ଦୋକାନ ବିରୁଦ୍ଧରେ ମତାମତ ଦେବା...

ବିଦ୍ୟାଳୟ ଖୋଲାଥିବା ବେଳେ ଛାତ୍ରଛାତ୍ରୀ ସହ ପ୍ରଧାନ ଶିକ୍ଷକ ମଦ ଦୋକାନ ବିରୁଦ୍ଧରେ ମତାମତ ଦେବା ମହଙ୍ଗା ସାବ୍ୟସ୍ତ, କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକଙ୍କ ଦାବୀ

13

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଇଥଖୋଲା ପଂଚାୟତର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଆଣି ଏକ ସୋସିଆଲ ମିଡିଆରେ ମତ ବ୍ୟକ୍ତ କରିବା ମହଙ୍ଗା ସାବ୍ୟସ୍ଥ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି କଇଥଖୋଲା ପଂଚାୟତରେ ଥିବା ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ କାର୍ଯ୍ୟ ସମୟରେ ଉପରିସ୍ଥ ଅଧିକାରୀଙ୍କ ପାଖରୁ କୌଣସି ଆଦେଶ/ ନିର୍ଦେଶ ନଆଣି ସୋସିଆଲ ମିଡିଆରେ କିପରି ମତପୋଷଣ କଲେ ଏବଂ ଏଥିସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମତ ରଖିବାକୁ ବାଧ୍ୟ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଘଟଣାରୁ ପ୍ରକାଶ ସଂପୃକ୍ତ ପ୍ରଧାନ ଶିକ୍ଷକ ସେହି ପଂଚାୟତର ଜଣେ ମଦ୍ୟପଙ୍କ କଥାରେ ପରିଚାଳିତ ହୋଇ ଏକ ମଦ ଦୋକନ ବିରୁଦ୍ଧରେ ବିଭିନ୍ନ ପ୍ରକାର ଅଶାଳୀନ ମନ୍ତବ୍ୟ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ। ପରେ ସଂପୃକ୍ତ ସାମାଜିକ ଗଣ ମାଧ୍ୟମ ଏହି କଥାକୁ ଫେସବୁକ ରେ ପୋଷ୍ଠ କରିଥିଲେ। ଏହି ପୋଷ୍ଠକୁ ଦେଖି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ କେଉଁ ପରିସ୍ଥିତିରେ ବିଦ୍ୟାଳୟ ଚାଲୁଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଣି ବିଦ୍ୟାଳୟ ଗେଟ ଆଗରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଲେ ତାହାର ତଦନ୍ତ କରିବାକୁ ଗଣଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି ଏଥିସହ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ନିଜ ନିଜର ଦାବୀ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ପ୍ରଧାନ ଶିକ୍ଷକ କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ କିଛି ମନ୍ତବ୍ୟ ରଖିଥିଲେ। ପୁନଶ୍ଚ ମଦ ଦୋକାନକୁ ନେଇ କିପରି ବିଦ୍ୟାଳୟ କାର୍ଯ୍ୟ ଚାଲୁଥିବା ବେଳେ ନିଜର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଆଣି ବିଦ୍ୟାଳୟ ଗେଟ ଆଗରେ ଠିଆ କରାଇ ସଂପୃକ୍ତ ମଦ ଦୋକାନୀ ଏବଂ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଅଯୁକ୍ତିକର ଏବଂ ଅଶାଳୀନ ମନ୍ତବ୍ୟ ରଖିଲେ ତାହା ଅଂଚଳବାସୀ ଙ୍କ ମଧ୍ୟ ଚିନ୍ତାରେ ପକାଇଛି। ତୁରନ୍ତ ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବା ସହ ସଂପୃକ୍ତ ଶିକ୍ଷକ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରିଛନ୍ତି। ଏଠାରେ ଉଲେଖଯୋଗ୍ୟ ସଂପୃକ୍ତ ପ୍ରଧାନ ଶିକ୍ଷକ ନିଜ ମନମାନୀରେ ଏହା କରିଛନ୍ତି ଅଥବା ଜଣେ ସଂଖ୍ୟାଲଘୁ ବ୍ୟକ୍ତି ବିଶେଷଙ୍କ କଥାରେ ପଡି ମଦ ଦୋକାନରୁ ଚାନ୍ଦା ନେବା ବାହାନାରେ ଏଭଳି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହାର ତଦନ୍ତ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.