Home ଜିଲ୍ଲା ପରିକ୍ରମା ଜାଗୁଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଜାଗୁଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

8

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସମାଜସେବୀ ପ୍ରଭାସ ରଞନ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଭାରତ ମାତା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଡ. ଗୁରୁଜୀ ଏବଂ ହେଗଡେ ଓାର ଙ୍କ ‘ଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ରକ୍ଷା ବନ୍ଧନ ଏବଂ ଓଡିଆ ସଂସ୍କୃତି ଉପରେ ଆଧାରିତ ଓଡିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ମାନବୀୟ ଲୀଳାର ଅଂଶ ସ୍ୱରୂପ ଭଉଣୀ ସୁଭଦ୍ରାଙ୍କ ହାତରୁ ରକ୍ଷା ବନ୍ଧ ଉପରେ ଉପସ୍ଥିତ ବ୍ୟକ୍ତି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଜାଗୁଳା ପଂଚାୟତର ଘରକୁ ଘର ଯାଇ ରାକ୍ଷୀ ବାନ୍ଧିବା ସହ ସେମାନଙ୍କର ଶୁଭ ମନାସି ଥିଲେ। ଆଜି ହୋଇଥିବା ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ଜେନା, କାର୍ତିକ ଗୁଡିଆ, ତାପସ ନାୟକ, ବିପିନ ବେହେରା, ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ରବିନ୍ଦ୍ର କୁମାର ନାୟକ, ଅଭୟାନନ୍ଦ ସେଠୀ, ମିନତୀ ମହାରଣା, ଜଗଦୀଶ ଓଝା, କବିତା ଗିରି, ସୋନାଲୀ ପାତ୍ର, ଅରୁନ୍ଧତି ନାୟକ, ସୁଶାନ୍ତ ଗିରି, ଦୀପାଳୀ ନାୟକ, ମାମୁନୀ ସେଠୀ, ଝିଲ୍ଲି ସେଠୀ, ଲିଜ୍ଜା ଦାସ,ମିତାଲି ବାଗ ପ୍ରମୁଖ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.