Home ଜିଲ୍ଲା ପରିକ୍ରମା ନାରୀ ନିର୍ଯ୍‌ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସିପିଆଇ(ଏମ) ପକ୍ଷରୁ ଦାବିପତ୍ର

ନାରୀ ନିର୍ଯ୍‌ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସିପିଆଇ(ଏମ) ପକ୍ଷରୁ ଦାବିପତ୍ର

8

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋପାଳପୁର ସମୁଦ୍ର ବେଳାଭୂମି ଛାତ୍ରୀ ଧର୍ଷଣ ଘଟଣା, ଚନ୍ଦକା ଅଭୟାରଣ୍ୟ ଭିତରେ ମହିଳା ଦୁଷ୍କର୍ମ, ଚାନ୍ଦିପୁର ବେଳାଭୂମିରେ ମହିଳା ଧର୍ଷଣ, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍‌ଯାଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ଘଟଣା, ବଳଙ୍ଗା ଛାତ୍ରୀ ହତ୍ୟା ଘଟଣା, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡବଡା କଲେଜରେ ଅଧ୍ୟୟନ କରୁଥିବା କାଠୁଆପଡା ଗ୍ରାମର ଛାତ୍ରୀ ଙ୍କ ଆତ୍ମହତ୍ୟା ଘଟଣାରେ ମହିଳା ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ, ଦ୍ରୁତ ବିଚାର ପ୍ରକ୍ରିୟା ମାଧ୍ୟମରେ ଅଭିଯୁକ୍ତ ମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ , ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସଂପୃକ୍ତ ପୋଲିସ ଅଫିସର, ବିଭାଗୀୟ ମନ୍ତ୍ରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବାଲେଶ୍ୱର ସଦର ବିଧାୟକ ଓ ବାଲେଶ୍ୱର ସାଂସଦ ଙ୍କୁ ନ୍ୟାୟିକ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଓ ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଉପରୋକ୍ତ ଦାବି ଗୁଡିକ ପୂରଣ ନହେଲେ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନସୁଧୁରିଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ପ୍ରତିନିଧି ଦଳ ତାଙ୍କ ଦାବିପତ୍ରରେ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ସିପିଆଇଏମ ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କାଳନ୍ଦୀ ପାତ୍ର, ଦେବେନ୍ଦ୍ର ମାହାନା, ସେକ୍ କାଲୁ ଓ ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.