Home ଜିଲ୍ଲା ପରିକ୍ରମା ଐତିହାସିକ ଜଗୁ ସାଗର ପୋଖରୀ ନୂଆ ରୂପ ନେବ,ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ

ଐତିହାସିକ ଜଗୁ ସାଗର ପୋଖରୀ ନୂଆ ରୂପ ନେବ,ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ

10

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବଜାର ସନ୍ନିକଟ ଐତିହାସିକ ଜଗୁ ସାଗର ପୋଖରୀ ଅପନ୍ତରା ହୋଇ ପଡ଼ିରହିଛି। ପୋଖରୀରେ ଆଡି ସହ ପାଖା ପାଖି ୧୨ ଏକର ହେବ । ମାତ୍ର ଚାରିପାଖର କିଛି ଲୋକ ଉକ୍ତ ପୋଖରୀକୁ କିଛି ସ୍ଥାନ କୁ ଜବର ଦଖଲ କରି ନେଇଛନ୍ତି। ଧିରେ ଧିରେ ସେ ପୋଖରୀ କୁ ପୋତି ଦେଇ ସାରିଲେଣି । ଫଳ ରେ ଉକ୍ତ ପୋଖରୀ ତାର ସତା ହରାଇ ବସିଛି।ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ ଓ ସାଂସଦ ମଞ୍ଜୁ ଲତା ମଣ୍ଡଳ ଉକ୍ତ ପୋଖରୀ କୁ ନୁଆ ରୂପରେ ନିର୍ମାଣ କରିବା ପାଇଁ ମ୍ୟାପ ପ୍ରସ୍ତୁତ କରିଥିଲେ ।ପରବର୍ତ୍ତୀ ସମୟରେ ଧାମନଗର ଏନ ଏ ସି ପକ୍ଷ ରୁ ପଙ୍କ ଉଦ୍ଧାର ପାଇଁ ଅର୍ଥ ମଞ୍ଜୁର ହୋଇ ଥିଲା।ମାତ୍ର କିଛି ପଙ୍କ ଉଦ୍ଧାର କରା ଯାଇ ଠିକାଦାର ଓ ଯନ୍ତ୍ରୀ ଟଙ୍କା ହରିଲୁଟ କରିଦେଲେ ।ତେବେ ବର୍ତ୍ତମାନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉକ୍ତ ପୋଖରୀ ର ନବକଳେବର ପାଇଁ ଉଦ୍ୟମ କରିଚନ୍ତି। ପ୍ରଥମେ ଉକ୍ତ ପୋଖରୀ ରେ ସୀମା ଚିହ୍ନଟପରେ କାର୍ଯ୍ୟଆରମ୍ଭ ହେବ। ଉକ୍ତ ପୋଖରୀ ର ଆଡି ଉପରେ ମାଛ ମାର୍କେଟ, ଓ ନିୟମିତ ପରିବାମାର୍କେଟ ତିଆରି ହେବ,ଅବଶିଷ୍ଟ ସ୍ଥାନରେ ପୋଖରୀ କରାଯାଇ ସେଠାରେ ଆଲୋକି କରଣ ସହ ପାର୍କ ମଧ୍ୟ ନିର୍ମାଣ କରାଯିବ।ଶନିବାର ଦିନ ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ମହାପାତ୍ର ଙ୍କ ଉପସ୍ଥିତି ରେ ଭୁବନେଶ୍ୱର ରୁ ଡିଯାଇନର ଆସି ମ୍ୟାପ ପ୍ରସ୍ତୁତ କରିଛନ୍ତି । ତେବେ ମ୍ୟାପ ପ୍ରସ୍ତୁତ ପରେ ପୋଖରୀ ର କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ମହାପାତ୍ର କହିଛନ୍ତି। ପ୍ରକାଶ ଥାଉକି ଦୀର୍ଘ ବର୍ଷ ହେବ ଉକ୍ତ ପୋଖରୀ ଟି ଜବରଦଖଲ ଘେର ରେ ଥିଲା ,ନିକଟରେ ଧାମନଗର ତହସିଲ ପକ୍ଷରୁ ଜାଗା ଚିହ୍ନଟ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଶନିବାର ଡିଯାଇନର ଉକ୍ତ ପୋଖରୀ ରେ ମ୍ୟାପ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ତେବେ ଦୀର୍ଘଦିନ ସ୍ୱପ୍ନ ପୂରଣ ହୋଇ ଜଗୁସାଗର ପୋଖରୀ ନୂଆରୂପ ନେବ ବୋଲି ବିଭିନ୍ନ ମହଲ ରୁ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.