Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

3

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଲିଟରାସି କ୍ଲବ ଗୁଜିଦରଡ଼ା ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ବିଲାମାନଙ୍କୁ ମାନବଚାଲାଣ (ଦାଦନ), ଯୌନ ଶୋଷଣରେ ଶିକାର ହେଉଥିବା ପିଲାମାନଙ୍କ ନିମନ୍ତେ ଥିବା ଆଇନ୍‌, ନିଶାସେବନର ଅପକାରିତା ତଥା ନିଶା ମୁକ୍ତ ନିମିତ ସଚେତନତା ମୂଳକ ଶୈକ୍ଷଣୀୟ ତଥ୍ୟ, ମଧ୍ୟସ୍ଥତା ମାଧ୍ୟମରେ କିପରି ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପକ୍ଷଙ୍କୁ ଡକାଯାଇ ସେମାନଙ୍କର ସମସ୍ୟାକୁ ସମାଧାନ କରାଯାଉଛି ତାହା ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ବୁଝାଇଥିଲେ। ନାଲସା ହେଲ୍‌ପ ଲାଇନ୍ ନମ୍ବର ୧୫୧୦୦ ର ସଠିକ୍ ବ୍ୟବହାର ସଂପର୍କରେ ମଧ୍ୟ ସତେଚନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସଚେତନତା କରାଇବା ପାଇଁ ଅତିଥି ବୃନ୍ଦ ପ୍ରଫେସର ଅକ୍ଷୟ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ, ଚାନ୍ଦବାଲି କଲେଜ, ଭଦ୍ରକ, ତାପସ କୁମାର ମହାନ୍ତି, ସହକାରୀ, ଏଲ୍‌.ଏ.ଡିସି.ଏସ, ଭଦ୍ରକ, ପଙ୍କଜ କୁମାର ସାହୁ, ମୁଖ୍ୟ ପରିଚାଳକ, ବିରଂଚି ନାରାୟଣ ମହାନ୍ତି, ନିୟୁଲାଇଫ ନିଶା ନିବାରଣ ଓ ଅନୁସନ୍ଧାନ କେନ୍ଦ୍ର, ହଳଦିଡିହ, ବାଇପାସ, ଭଦ୍ରକ ସ୍ୱର୍ଣ୍ଣଲତା ପାଣିଗ୍ରାହୀ, ପ୍ରଧାନ ଶିକ୍ଷୟିତ୍ରୀ, ଗୁଜିଦରଡ଼ା ଉଚ୍ଚବିଦ୍ୟାଳୟ, ଭଦ୍ରକ ସ୍କୁଲ ଲିଗାଲ ଲିଟରାସି କ୍ଲବର ଭାରାପ୍ରାପ୍ତ ଶିକ୍ଷକ ଅଜମଲ ହୋସେନ ଖାନ, ତଥା ଏହି ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଏବଂ ୧୦୦ ରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କର୍ମୀଗଣ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରି ସଫଳ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଜଣେ ସୁ-ନାଗରିକ ତଥା ସୁ-ଶିକ୍ଷିତ ହେବା ପାଇଁ ବାର୍ତା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.