Home ଜିଲ୍ଲା ପରିକ୍ରମା ଧାମନଗର ଅଙ୍ଗନବାଡ଼ି ସଂଘ ପକ୍ଷରୁ ୯ ଦଫା ଦାବି ପ୍ରଦାନ

ଧାମନଗର ଅଙ୍ଗନବାଡ଼ି ସଂଘ ପକ୍ଷରୁ ୯ ଦଫା ଦାବି ପ୍ରଦାନ

8

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ରାଜ୍ୟସଂଘ ସଂଘର ନିଷ୍ପତି ଅନୁଯାୟୀ ସମସ୍ତ ଜିଲ୍ଲାର ସମସ୍ତ ବ୍ଲକର ଶିଶୁ ବିକାଶ ଅଧୁକାରିଣୀ ଙ୍କ ମାଧ୍ୟମରେ ପୁନଃର୍ବାର ରାଜ୍ୟ ସରକାର ଙ୍କୁ ୯ ଦଫା ଦାବୀ ପ୍ରଦାନ କରାଯାଇଛି। ଧାମନଗର ଅଙ୍ଗନବାଡ଼ି ସଂଘ ପକ୍ଷରୁ ଗୁରୁବାର ଦିନ ୩ ଟା ସମୟରେ କର୍ମୀ ଙ୍କ ବିଭିନ୍ନ ସମସ୍ୟା ର ରାଜ୍ୟ ସଂଘ ନିଷ୍ପତି କ୍ରମେ ଧାମନଗର ଶିଶୁ ବିକାଶ ଅଧିକାରିଣୀ ଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଥିଲା ।ସମସ୍ୟା ର ସମାଧାନ ନ ହେଲେ ରାଜ୍ୟ ସଂଘ ର ନିଷ୍ପତି ଅନୁଯାଇ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ପ୍ରତିବାଦ କରାଯିବ ବୋଲି କର୍ମୀ ମାନେ କହିଥିଲେ। ଏହି ଅବସର ରେ ରାଜ୍ୟ ସଭାନେତ୍ରୀ ସୁମତି ମହାପାତ୍ର,ବ୍ଲକ ସଭାନେତ୍ରୀ ସୁଷମା ମହାପାତ୍ର,ସମ୍ପାଦିକା ନକ୍ଷତ୍ର ମାଳିନୀ ଧନି,ପୂର୍ବତନ ସମ୍ପାଦିକା ଜୟନ୍ତି ଜେନା ସମେତ ବିଭିନ୍ନ ପଞ୍ଚାୟତ ଓ ଏନ ଏ ସି ର ଅଙ୍ଗନବାଡ଼ି କର୍ମୀ ମାନେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.