Home ଜିଲ୍ଲା ପରିକ୍ରମା ଗୋରୁ ଚାଲାଣ ପିକଅପ ଭ୍ୟାନ ଜବତ, ୧୬ଗୋରୁ ଉଦ୍ଧାର,ଚାଳକ ଗିରଫ

ଗୋରୁ ଚାଲାଣ ପିକଅପ ଭ୍ୟାନ ଜବତ, ୧୬ଗୋରୁ ଉଦ୍ଧାର,ଚାଳକ ଗିରଫ

4

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ସାମ୍ନାରୁ ବୁଧବାର ରାତି ୪ଟା ବେଳେ ତିହିଡି଼ ପୋଲିସ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି । ଏସମ୍ପର୍କରେ ପୋଲିସ ୨୭୩/ ୨୫ ମକଦ୍ଧମା ରୁଜୁକରି ଭ୍ୟାନ ଚାଳକ ବାଂଶଡା ଥାନା ଅଧିନ ପରମାନନ୍ଦପୁର ଗ୍ରାମର ସେକ ସବିରଙ୍କୁ ଗିରଫକରିଥିବା ବେଳେ ପିକପ ଭ୍ୟାନରୁ ୧୬ଟି ଗୋରୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ଚାନ୍ଦବାଲିରୁ ଏକ ପିକଅପ ଭ୍ୟାନ (ନଂ ଏଲ ୬୯୯୨)ରେ ଗୋରୁ ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଭ୍ୟାନକୁ ଧରିବାକୁ ସକ୍ଷମ ହୋଇଥିଲା । ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଭଦ୍ରକ ମଇତାପୁରସ୍ଥିତ ଗୋଶାଳାରେ ଛଡ଼ାଯାଇଥିବ ଆଇ ଆଇ ସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.