Home ଜିଲ୍ଲା ପରିକ୍ରମା ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳ ଭଦ୍ରକ ନିର୍ବାଚନ...

ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀର ହାଲ୍ଲାବୋଲ

9

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଯୁବ ଓ ଛାତ୍ର ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍‌ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଷଷ୍ଠ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ଗୋପାଳପୁର ବିଚ୍‌ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ବିଜେଡି ଛାତ୍ର ଓ ଯୁବ ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ବିଜେପି ସରକାରରେ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ଛାତ୍ରୀ ଓ ମହିଳା ନିର୍ଯାତନା ଘଟଣାମାନ କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ ବରଂ ଆଇନ ଓ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣାର ପ୍ରତିବାଦ କରି ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଲିରେ ଯାଇ ଛାତ୍ରୀ ଓ ନାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ସହ ଓଡ଼ିଶାରେ ଅହେତୁକ ବୃଦ୍ଧି ପାଇଥିବା ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ନେତା ସୌମ୍ୟ ରଞ୍ଜନ ମହାପାତ୍ର(ସୁମନ) ଙ୍କ ନେତୃତ୍ୱରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରୁ ଛାତ୍ର ବିଜେଡିର ଶୋଭାଯାତ୍ରା ବାହାରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ପ୍ରତିବାଦ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଏଥିରେ ସହଯୋଗ କରିଥିଲେ ଛାତ୍ର ନେତୃତ୍ୱ କାମେଶ ବାରିକ, ଶାନ୍ତନୁ ବିଶ୍ୱାଳ, ଯତୀନ ମିଶ୍ର, ଅଭିନାଶ ପୃଷ୍ଟୀ, ରଞ୍ଜନ ନାୟକ, ରାକେଶ ଜେନା, ରାକେଶ ରୋୟ, ସୁରଜ ସିଂହ, ସ୍ମୃତି ରଞ୍ଜନ ନାଥ, ମିଲନ ପୃଷ୍ଟି, ଦିବ୍ୟଜ୍ୟୋତି ନାୟକ, ଶୁଭ୍ରାଂଶୁ ବିଶ୍ୱାଳ, ରାଜେନ୍ଦ୍ର ନାୟକ, ସାହିଲ ଖାନ, ସୌମ୍ୟବ୍ରତ ସାହୁ, ଏସ ଭବାନୀ, ରାକେଶ ମଲ୍ଲିକ, ରୋହିତ ଚୌଧୁରୀ, କାହ୍ନୁ ଚରଣ ନାୟକ, ଲକ୍ଷ୍ମୀଧର ଦଳେଇ, ଗୌତମ ସାହୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.