Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ପଂଚାୟତ ସମିତି ମଉସୁଦା ପଂଚାୟତରେ, ସରକାରୀ ଧନର ଅପବ୍ୟୟ ପାଇଁ ୩ଜଣଙ୍କୁ କାରଣ ଦର୍ଶାଅ...

ଚାନ୍ଦବାଲି ପଂଚାୟତ ସମିତି ମଉସୁଦା ପଂଚାୟତରେ, ସରକାରୀ ଧନର ଅପବ୍ୟୟ ପାଇଁ ୩ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ

9

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ପଂଚାୟତ ସମିତି ଅର୍ନ୍ତଗତ ମଉସୁଦା ଗ୍ରାମ ପଂଚାୟତରେ ଅନିୟମିତା ନେଇ ୩ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଛି। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତାହାର ମଧ୍ୟ ଉତର ରଖିବାକୁ ଦର୍ଶାଯାଇଛି। ସୂଚନା ଅନୁଯାଇ ମଉସୁଦା ଗ୍ରାମ ପଂଚାୟତରେ ୨୦୧୭-୧୮-୧୯ ଆର୍ଥିକ ବର୍ଷରେ ବହୁ ଅନିୟମିତା ହୋଇଥିବା ନେଇ ସାମାଜିକ କର୍ମୀ ସୁରେଶ ନାୟକ ବହୁବାର ଅଭିଯୋଗ ଆଣିଥିଲେ। ଉକ୍ତ ଆର୍ଥିକ ବର୍ଷରେ ଫାଶିବନ୍ଧ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଠାରୁ ପମ୍ପ ହାଉସ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାପାଇଁ ୪୦ହଜାର ଗ୍ରାମ ପଂଚାୟତ ଫଣ୍ଡରୁ ୨ଥର, ମୋଟ ୮୦ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ଦର୍ଶାଯାଇଥିବା ବେଳେ ଗୌଡୁଣିପୋଖରୀ ହଳଦୀଗଣ୍ଡ ଗାଧୁଆ ତୁଠ ଏବଂ ସଂଯୋଗୀକରଣ ରାସ୍ତା ପାଇଁ ସର୍ବମୋଟ ୪,୫୦,୦୦୦(ଚାରିଲକ୍ଷ ପଚାଶ ହଜାର ଟଙ୍କା )୨୦୧୭-୧୮ ଆର୍ଥିକ ବର୍ଷରେ ଖର୍ଚ ହୋଇଥିବା ଦର୍ଶାଯାଇଛି। ମାତ୍ରଏହି ସମସ୍ତ କାର୍ଯ୍ୟ ସଂପର୍ଣ ନ ହୋଇ କେବଳ ସରକାରୀ ଅର୍ଥ ବାଟ ମାରଣ ହୋଇଥିବା ନେଇ ସଂପୃକ୍ତ ସାମାଜିକ କର୍ମୀ ଅଭିଯୋଗ ଆଣିଥିଲେ। ଏହି ସମସ୍ତ ଅଭିଯୋଗ କୁ ଭିତି କରି ଭଦ୍ରକ ଉପଜିଲ୍ଲାପାଳ ତତକାଳୀନ କନିଷ୍ଠଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସାହୁ, ତତକାଳୀନ ସରପଂଚ ଶାନ୍ତିଲତା ମଲିକ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଦାଧର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଛି। ଏ ବିଷୟରେ ସଂପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇନ ଆଇନ ବାଟରେ ଯିବ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.