Home ଜିଲ୍ଲା ପରିକ୍ରମା ଧାମରା- ଭଦ୍ରକ ରେଳପଥରେ ଦୁର୍ଘଟଣା, ପ୍ରତିଶ୍ରୁତି ପରେ ହଟିଲା ଧାରଣା

ଧାମରା- ଭଦ୍ରକ ରେଳପଥରେ ଦୁର୍ଘଟଣା, ପ୍ରତିଶ୍ରୁତି ପରେ ହଟିଲା ଧାରଣା

7

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା- ଭଦ୍ରକ ରେଳପଥରେ ଏକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ବାସୀ ରେଳରୋକ କରିଥିବା ବେଳେ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପ୍ରାପ୍ତ ସୁଚନା ଅନୁଯାଇ ଆଜି ସକାଳ ସମୟରେ ଯଶିପୁର ପଂଚାୟତ ବଳସାହି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ ଶଶିକାନ୍ତ ବଳସାହି ଠାରେ ରେଳଧାରଣା ପାରି ହେଉଥିବା ବେଳେ ଧାମରା ଭଦ୍ରକ ରେଳପଥରେ ଆସୁଥିବା ଏକ ମାଲବାହୀ ରେଠ ଧକ୍କାରେ ସଂପୃକ୍ତ ଯୁବକ ପ୍ରାଣ ହରାଇଥିଲା। ଉପଯୁକ୍ତ କ୍ଷତିପୂରଣ ପାଇଁ ବଳସାହି ତଥା ଯଶିପୁର ପଂଚାୟତ ବାସୀ ଆସି ଦୁର୍ଘଟଣା ସ୍ଥାନରେ ଶବ ରଖି ରେଳରୋକ କରିଥିଲେ। ପରେ ବାଂଶଡା ପୁଲିସ ଏବଂ ଧାମରା ବନ୍ଦର କର୍ତୁପକ୍ଷ ଆସି ସଂପୃକ୍ତ ଗ୍ରାମବାସୀଙ୍କୁ ବୁଝାଇ ସୁଝାଇ ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ବେଳେ ସନ୍ଧ୍ୟା ସମୟରେ ବାଂଶଡା ଥାନାରେ ଏ ନେଇ ବନ୍ଦର କର୍ତୁପକ୍ଷ ଏବଂ ଯଶୀପୁର ପଂଚାୟତ ବାସୀଙ୍କ ମଧ୍ୟରେ ଏକ ଆଲୋଚନା ହେବା ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.