Home ଜିଲ୍ଲା ପରିକ୍ରମା ଶ୍ରାବଣ ୪ର୍ଥ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ...

ଶ୍ରାବଣ ୪ର୍ଥ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା

3

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ୪ର୍ଥ ସୋମବାରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆଙ୍କ ଭିଡ ଲାଗିଥିଲା ପୀଠରେ। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆସନ୍ତା ସୋମବାର ଶେଷ ପାଳି ଭାବେ ପାଳନ କରାଯିବ। ହେଲେ ପୂର୍ଣ୍ଣିମା ଅନୁଯାୟୀ ଚଳିତ ସୋମବାର ଶେଷ ପାଳି ହୋଇଥିବାରୁ ରବିବାର ମଧ୍ୟରାତ୍ରରୁ ସୋମବାର ସଂଧ୍ୟା ଯାଏଁ ଧାଡ଼ିରେ ଯାଇ ହଜାରହଜାର କାଉଡ଼ିଆ ଭକ୍ତ ବାବାଙ୍କ ପାଖରେ ଜଳଲାଗି କରିଥିଲେ। ଅଗଣିତ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଉଭୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଭଦ୍ରକ ଏସପି ମନୋଜ ରାଉତ ସ୍ଥିତି ପରକ୍ଷିଥିଲେ। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ୱରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୬ଜଣ ଅଧିକାରୀଙ୍କ ସହ ୫ପ୍ଲାଟୁନ ପୋଲିସି ଫୋର୍ସ ମୁତୟନ କରାଯାଇଥିଲା। ଏପଟେ ସ୍ଥଳପଥରେ କଡ଼ା ସୁରକ୍ଷାରେ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.