Home ଜିଲ୍ଲା ପରିକ୍ରମା ସକାରାତ୍ମକ ସୃଷ୍ଟି ପାଠକଙ୍କୁ ଉଦବୁଦ୍ଧ କରେ, ନବଘନ ପଣ୍ଡା ସ୍ମାରକୀ ସମ୍ମାନ ପୁସ୍ତକ ଲୋକାର୍ପଣ ଉତ୍ସବ

ସକାରାତ୍ମକ ସୃଷ୍ଟି ପାଠକଙ୍କୁ ଉଦବୁଦ୍ଧ କରେ, ନବଘନ ପଣ୍ଡା ସ୍ମାରକୀ ସମ୍ମାନ ପୁସ୍ତକ ଲୋକାର୍ପଣ ଉତ୍ସବ

12

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସର୍ବଦା ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ।ସକରାତ୍ମକ ସାହିତ୍ୟ ସୃଷ୍ଟି ହୋଇ ପାଠକଙ୍କୁ ଉଦବୁଦ୍ଧ କରିଥାଏ ବୋଲି ମଞ୍ଜୁରୀରୋଡ଼ ସ୍ଥିତ ‘ପ୍ରତିଭା ଜାଗରଣ ମଂଚ’ ଓ ନବଘନ ପଣ୍ଡା ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ନବଘନ ପଣ୍ଡା ସ୍ମାରକୀ ସମ୍ମାନ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। କାହ୍ନୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ଼ଃ ନିରଞ୍ଜନ ପତି, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଅରବିନ୍ଦ ଦର୍ଶନର ଗବେଷକ ରବୀନ୍ଦ୍ର ନାଥ ପାଢ଼ୀ ଯୋଗଦେଇସମାଜ କଲ୍ୟାଣ ନିମନ୍ତେ ଆବଶ୍ୟକ ଶିକ୍ଷା,ସାହିତ୍ୟର ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ସବ ଅବସରରେ କବି ଡ଼ଃ କୁଞ୍ଜବିହାରୀ ଧଳଙ୍କୁ ‘ନବଘନ ପଣ୍ଡା ସ୍ମୃତି ଶିକ୍ଷା ଓ ସାହିତ୍ୟ ସମ୍ମାନ’ ଓ ଅଧ୍ୟାପକ ଡ଼ଃ ଅଜୟ କୁମାର ପ୍ରଧାନଙ୍କୁ ‘ନବଘନ ପଣ୍ଡା ପାଠକ ସମ୍ମାନ’ ପ୍ରଦାନ କରାଯାଇଥିଲା।ଉତରୀୟ, ମାନପତ୍ର ଫଳକ, ଗ୍ରନ୍ଥ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଭୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ନବଘନ ପଣ୍ଡାଙ୍କ ‘ଆଲୋକ ପଥ’ ,ଡ଼ଃ ନିରଞ୍ଜନ ପତିଙ୍କ ‘ଆଖିର ପଲକ ତଳେ’ ଓ ସୁରଞ୍ଜନ ପଣ୍ଡାଙ୍କ ‘କବିତାର ଶବ୍ଦ ଓ ଶବ୍ଦର କବିତା’ ପୁସ୍ତକ ଅତିଥି ଓ ଲେଖକଙ୍କ ଗହଣରେ ପାଠକାର୍ପଣ କରାଯାଇଥିଲା। କବୀ ଅଧ୍ୟାପିକା ମନୋରମା ଖଣ୍ଡାଇ, ରତିକାନ୍ତ ବେହେରା, ରାହୁଲ ସେଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିଶ୍ୱନାଥ ବାରିକ ସ୍ୱାଗତ ଭାଷଣ, ଆବାହକ ପ୍ରକାଶ ମହାପାତ୍ର ଅତିଥି ପରିଚୟ, ସୁରଞ୍ଜନ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ,କିଶୋର ଦାସ ସ୍ମୃତି ଚାରଣ ଓ ଧନେଶ୍ୱର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ରମଣୀ ରଞ୍ଜନ ଦାଶ, ଡ଼ଃ କେଶବ ମହାପାତ୍ର, ମନ୍ମୟୀ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.