Home ଜିଲ୍ଲା ପରିକ୍ରମା ଶ୍ରାବଣୀ ଯାତ୍ରାରେ ଆଖଣ୍ଡଳମଣିଙ୍କୁ ପୂଜାର୍ଚ୍ଚନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଶ୍ରାବଣୀ ଯାତ୍ରାରେ ଆଖଣ୍ଡଳମଣିଙ୍କୁ ପୂଜାର୍ଚ୍ଚନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

16

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣୀ ଯାତ୍ରା ଅବସରରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରବିବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିଧାମ ଗସ୍ତରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଶ୍ରାବଣୀ ମହାଦେବଙ୍କ ଉପରେ ଜଲଲାଗି କରି ମନ୍ଦିର ବେଢ଼ା ବୁଲିଥିଲେ। ମନ୍ତ୍ରୀ ଆରଡ଼ିପୀଠର କିଛି ସମୟ ରହି ପୀଠର ବିକାଶ ପାଇଁ ସରକାର ଆଗକୁ କଣ କଣ ପଦକ୍ଷେପ ନେବେ ସେ ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ମହାଶିବରାତ୍ରି ଦିନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ମନ୍ତ୍ରୀ ଆରଡ଼ିପୀଠକୁ ଆସିଥିଲେ ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ଘୋଷଣା କରିଥିଲେ ହେଲେ ଅଦ୍ୟାବଧି ସେ କାମ ଆରମ୍ଭ ହୋଇନଥୁବାରୁ ସେବାୟତ ମାନେ ମନ୍ତ୍ରୀଙ୍କ ନଜର କୁ ଆଣିଥିଲେ। ଏଥିସହ ପୀଠରେ ଏକ ଗୋଶାଳା, ସଂସ୍କୃତ ବିଦ୍ୟାଳୟ ସହ ଯୁକ୍ତ ଦୁଇ କଲେଜ ର ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କୁ ଦାବି କରିଥିଲେ ସ୍ଥାନୀୟ ଲୋକ। ମନ୍ତ୍ରୀ ଏପରି ଦାବି ସମ୍ପର୍କରେ ଆଲୋଚନା କରି ଖୁବଶିଘ୍ର କାର୍ଯ୍ୟକାରୀ କରିବା ପାଇଁ କହିଥିଲେ। ମନ୍ତ୍ରୀଙ୍କ ଗସ୍ତରେ ଅନୁପସ୍ଥିତ ରହିଲେ ପୁରୁଖା ନେତା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରବିବାର ଆରଡି ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିଲେ, ହେଲେ ଏହି ଗସ୍ତ ସମୟରେ ଆରଡି, ନାନ୍ଦପୁର, ଓଳଗ ପଂଚାୟତର ବିଜେପି ଦଳର ସଭାପତିଙ୍କ ସହ ପୁରୁଖା କର୍ମୀଙ୍କୁ ଦେଖିବାକୁ ମିଳିନଥିଲା। ଏପରିକି ଆରଡି ପଂଚାୟତର ବିଜେପି ସଭାପତି ଦେବଦତ ପାଢ଼ୀ, ବରିଷ୍ଠନେତା ଜୀବନାନନ୍ଦ ପାଢ଼ୀ, ଆଶିଷ ପାଢ଼ୀ, ନାନ୍ଦପୁର ପଂଚାୟତର ସଭାପତି ସ୍ୱଦେଶ ପଣ୍ଡା, ସରପଂଚଙ୍କ ପ୍ରତିନିଧି ଗଣେଶ ବିଶ୍ୱାଳ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିବା ସହ ମନ୍ତ୍ରୀ ଆରଡି ପୀଠକୁ ଆସିବା ସମୟରେ ତାଙ୍କୁ ଜଣାଯାଇନଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.