ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲିରେ ସୋଫିଆ ଇଂ ମିଡିୟମ ସ୍କୁଲ ପକ୍ଷରୁ ଚାନ୍ଦବାଲି ଏନ ଏସ ସି ପାଇକେରାପୁର ଗ୍ରୀଡ଼ ଛକ ନିକଟରେ ‘ମା ‘ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସୋଫିଆ ଇଂ ମିଡିୟମ ସ୍କୁଲର ପରିଚାଳକ ରଞ୍ଜନ ଦାଶ ଓ ଅଧ୍ୟକ୍ଷ ଦଶରଥ ମିଶ୍ର ଓ ସ୍କୁଲର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରି ବିତିକା ପ୍ରିୟ ଦଶନୀ ମହାନ୍ତି, ସୌଭ୍ୟଗ ସାହୁ, ବିଦ୍ୟୁତ ପ୍ରଭା ପାଢ଼ୀ, ରମାକାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଗଛ ପରିବେଶ ପାଇଁ କେତେ ଉପକାର ସେ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଅତିଥିମାନେ କହିଥିଲେ ।







