Home ଜିଲ୍ଲା ପରିକ୍ରମା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

8

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତିହିଡ଼ି ବ୍ଲକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତିଙ୍କ ଜରିଆରେ ୬ଦଫା ଦବି ସମ୍ବଳିତ ଏକ ସ୍ମରକପତ୍ର ଶନିବାର ପ୍ରଦାନ କରାଯାଇଛି। ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଅନୁଦାନ, ଚାକିରୀ ସର୍ତାବଳୀ, ପେନସନ ଓ ଅନ୍ୟାନ୍ୟ କେତକ ବହୁଳ ସମସ୍ୟା ରହିଛି। ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରୁନାହିଁ। ଯେଉଁଥିପାଇଁ ଓଡ଼ିଶାର ଶିକ୍ଷକ ଓ କର୍ମଚାରୀମାନେ ହତାଶା ଓ ନିରାଶ ମଧ୍ୟରେ କାଳତିପାତ କରୁଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବାରୁ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ସମସ୍ୟା ଗୁଡ଼ିକର ସମାଧାନ କରାନଗଲେ ସେମାନେ ଆନ୍ଦୋଳନରୁ ବିରତ ହେବେ ନାହିଁ ବୋଲି ସ୍ମାରକ ପତ୍ରରେ ଚେତାବନୀ ଦେଇଛନ୍ତି। ତେବେ ସସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସସୀମା ୬୦ ରୁ ୬୨ବର୍ଷକୁ ବୃଦ୍ଧି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଗ୍ରେଡ଼ପେରେ ଥିବା ଅସଂଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଂଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନ୍‌ସନ ପରିବର୍ତେ ପରିବର୍ତେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ କରାଯିବାକୁ ଦାବି କରାଯାଇଛି। ସମନ୍ୱୟ ସମିତି ସଭାପତି ସମରେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଶ୍ୱନାଥ ପଣ୍ଡା, ସହସମ୍ପଦକ ପ୍ରଶାନ୍ତ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ପ୍ରକାଶ ଚନ୍ଦ୍ର ପତ୍ରୀ, ଖେଳ ଶିକ୍ଷକ ତନ୍ମୟ କୁମାର ବେହେରା ପ୍ରମୁଖ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.