Home ଜିଲ୍ଲା ପରିକ୍ରମା କୋଠାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନାହିଁ ଆଉ ସାଧାରଣ ଜନତାଙ୍କ ଭରଷା,ସୁଇପର ହାତରେ ସେବା କେନ୍ଦ୍ର

କୋଠାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନାହିଁ ଆଉ ସାଧାରଣ ଜନତାଙ୍କ ଭରଷା,ସୁଇପର ହାତରେ ସେବା କେନ୍ଦ୍ର

13

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ୍ କୋଠାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଡାକ୍ତର ଏବଂ ଫାର୍ମାସିଷ୍ଟ ଠିକ୍ ସମୟରେ କାର୍ଯ୍ୟକୁ ଆସୁ ନ ଥିବାରୁ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । କୋଠାର ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବ୍ଲକ୍‌ର ବହୁ ଉପାନ୍ତ ଅଂଚଳର ଲୋକେ ନିର୍ଭର କରୁଛନ୍ତି। କୋଠାର ଉପରେ ଧାମନଗର, ଭଦ୍ରକ ଏବଂ ଆରଡ଼ିର ବହୁ ଅପହଂଚ ତଳିଆ ଅଂଚଳ ସହିତ ପଡୋଶୀ ଯାଜପୁର ଜିଲ୍ଲାର ଶହ ଶହ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନ ଜୀବିକା ସହିତ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ଭଳି ଗୁରୁତ୍ୱପୂର୍ଣ ସଡ଼କ ପଥରେ ଦୁର୍ଘଟଣାଜନିତ ଆହତ ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଡାକ୍ତରଖାନାଟି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପରିବର୍ତେ ବିଭିନ୍ନ ସମସ୍ୟାରେ ରହିଛି। ଡାକ୍ତରଖାନାରେ ଦୀର୍ଘ ଦିନ ହେବଡାକ୍ତର ଏବଂ ଫାର୍ମାସିଷ୍ଟ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ଠିକ୍ ସମୟରେ ଡାକ୍ତରମାନଙ୍କର ଦେଖାମିଳୁନାହିଁ। ଆଉ ଫାର୍ମାସିଷ୍ଟ କେତେବେଳେ ଆସି କେତେବେଳେ ଯାଉଛନ୍ତିଜଣାପଡ଼େ ନାହିଁ। ଫଳରେ ଅନ୍ୟ କର୍ମଚାରୀ ରୋଗୀମାନଙ୍କୁ ଔଷଧ ବିତରଣ କରୁଥିବା ଦେଖିବାକୁ ମିଳୁଛି।୨ ଜଣ ଡାକ୍ତର ଥିଲେ ମଧ୍ୟ ଠିକ୍ ସମୟରେ ଆସୁ ନାହାନ୍ତି। କେବେ ଡ଼କ୍ଟର ଆସିଲା ବେଳକୁ କେବେ ଫାର୍ମାସିଷ୍ଟ ଆସୁ ନାହାନ୍ତି ତ ଆଉ କେବେ ଫାର୍ମାସିଷ୍ଟ ଆସିଲା ବେଳ କୁ ଡ଼କ୍ଟର ଆସୁ ନାହାନ୍ତି। ସେକେଣ୍ଡ ଆୱାର ରେ ତ କାଉ କୋଇଲି ର ଦେଖା ନାହିଁ , ସ୍ୱିପର ହାତରେ ସେବା କେନ୍ଦ୍ର। ଅନ୍ୟପକ୍ଷରେ ରାତି ସମୟରେ ଚିକିତ୍ସାଳୟରେ କେହିରହୁନାହାନ୍ତି। ଫଳରେ କୌଣସି ଜରୁରି ଚିକିତ୍ସାରୁ ରୋଗୀମାନେ ବଂଚିତ ହେଉଛନ୍ତି । ଏଠାରୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ୧୦ କିମି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତା ୧୬ କିମି ତଳିଆ ଅଂଚଳରେ ଗମନାଗମନ ଅସୁବିଧା ଦୃଷ୍ଟିରୁ ଏହି ଅଂଚଳରୁ ଶୀଘ୍ର ରୋଗୀ ନେଇ ଧାମନଗର କିମ୍ବା ଭଦ୍ରକରେ ପହଂଚାଇବା ସମ୍ଭବ ନୁହେଁ। ଫଳରେ ଅନେକ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି କୁକୁର, ବିଲେଇ କାମୁଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତୁରନ୍ତ ଏହି ଡାକ୍ତରଖାନାର ସମସ୍ୟା ସମାଧାନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ବଳକୁ ପଚାରିବାରୁ ସେ କହିଲେ ଘଟଣାର ସତ୍ୟାସତ୍ୟ ଯାଂଚ କରି ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବାସେହିପରି ଧୁଷୁରି ମେଡିକାଲ୍ ରେ ମଧ୍ୟ ସମାନ ଅବସ୍ଥା। ଆଜି ଅପରାହ୍ନ ୪ ଟା ରେ ସୁନ୍ଦରପୁର ପଂଚାୟତ ରୁ ଏକ ଗର୍ଭବତୀ ମହିଳା ଛବି ରାଣୀ ଦାସ ଙ୍କୁ ପ୍ରସବ ନିମନ୍ତେ ଧୁଷୁରି ଡାକ୍ତର ଖାନା ରେ ଭର୍ତି କରା ଯାଇଥିଲା। କିନ୍ତୁ ସମସ୍ତ ପ୍ରକାର ର ସୁବିଧା ଥାଇ ମଧ୍ୟ ନର୍ସ ଓ ଡାକ୍ତର ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଛବିରାଣି ଜଣେ ଆର୍ôଥକ ସମ୍ବଳ ସେତେ ଦୃଢ଼ ହୋଇ ନଥିବାରୁ ତାଙ୍କ ପାଇଁ ଏହା ମହରଗ ରୁ ଯାଇ କାନ୍ତାର ରେ ପଡ଼ିବା ପରି ପରିସ୍ଥିତି ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଡାକ୍ତର ସଞ୍ଜୟ ଭୋଇ ଙ୍କୁ ପଚାରିବାରୁ ସେ କହିଲେ ଛବି ରାଣୀ ଦାସ ସ୍ୱତ ପ୍ରବୃତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ପ୍ରଶ୍ନ ଉଠୁଛି ଆଜି କାଲି ସବୁ ଡାକ୍ତରଖାନା ରେ ସମସ୍ତ ଆବଶ୍ୟକୀୟ ଉପକରଣ ଠାରୁ ଆରମ୍ଭ କରି ଡାକ୍ତର, ନର୍ସ ଯାଏଁ ସମସ୍ତେ ମହଜୁଦ ଅଛନ୍ତି କିନ୍ତୁ ଚିକିତ୍ସା ରେ କାହିଁକି ଏପରି ଅବହେଳା। ଏହି ପରିପ୍ରେକ୍ଷୀରେ ଧାମନଗର ମେଡିକାଲ ଅଫିସର ମନ୍ମୟ କୁମାର ସାମନ୍ତ ସିଂହାର ଙ୍କୁ ପଚାରିବାରୁ ସେ କହିଲେ ଖୁବ୍ ଶୀଘ୍ର ଆବଶ୍ୟକୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେତେ ଦିନ ପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ହଇରାଣ ହେଉଥିବେ ସାଧାରଣ ଜନତା। କିଏ ଦବ ଏହାର ଉତର। କଣ ସାଧାରଣ ଜନତା ଚିକିତ୍ସା ସୁବିଧା ପାଇବେ ତ। ଏହାର ଉତର କୁ ଅପେକ୍ଷା କରିଛନ୍ତି ସାଧାରଣ ଜନତା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.