Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଆଇନ୍‌ଜୀବୀ ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକୀ,‘ଶିକ୍ଷା ଓ ସମାଜବାଦ’ ଶୀର୍ଷକ ଆଲୋଚନା ଚକ୍ର

ବିଶିଷ୍ଟ ଆଇନ୍‌ଜୀବୀ ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକୀ,‘ଶିକ୍ଷା ଓ ସମାଜବାଦ’ ଶୀର୍ଷକ ଆଲୋଚନା ଚକ୍ର

10

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସଚ୍ଚିଦାନନ୍ଦ ମହାନ୍ତି ସ୍ମାରକୀ (ଶିକ୍ଷା ଓ ସମାଜବାଦ) ଶୀର୍ଷକ ଆଲୋଚନା ଚକ୍ର ଓ ସ୍ନାତକ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ହଲ ରେ ସଚ୍ଚିଦାନନ୍ଦ ମହାନ୍ତି ସ୍ମାରକୀ ଆଲୋଚନା ଚକ୍ର ରୋଟାରୀଆନ ଅଭିଜିତ ନାୟକ ଙ୍କ ସଂଯୋଜନା ରେ ବର୍ତମାନ ର ଶିକ୍ଷା ବ୍ୟବସ୍ତା ରେ ସମାଜ ବାଦୀ କରଣ ର ଆବଶ୍ୟକତା ଉପରେ ଭଦ୍ରକ ର ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଉଦଘାଟକ ଭାବରେ ଯୋଗ ଦେଇ ଆଲୋକ ପାତ କରିଥିଲେ। ଏହା ପରେ ଇଷ୍ଟନ ରେଞ୍ଜ ର ଡିଆଇଜି ଡ଼କ୍ଟର ସତ୍ୟଜିତ ନାୟକ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜବାଦ କୁ ବେଂଚଇ ରଖିବା ପାଇଁ ସୁଦୃଢ ଶିକ୍ଷା ବ୍ୟବସ୍ତା ର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ସ୍ମାରକୀ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଅନୁପ କୁମାର ଶତପଥୀ ଭଦ୍ରକ କଲେଜ ର ଜଣେ ପୁରାତନ ଛାତ୍ର ହିସାବରେ ତାଙ୍କ ସମୟରେ ସମାଜବାଦ ର ଗୁରୁତ୍ୱ ଶିକ୍ଷା ବ୍ୟବସ୍ତା ରେ ଅଧିକ ଥିଲା ଏବେ ଦିନକୁ ଦିନ ଏହା କମିଯାଉଛି ଓ ଛାତ୍ର ଛାତ୍ରୀ ମାନଙ୍କୁ ଏ ଦିଗରେ ସଚେତନ ହବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ବେଦ ଉପନିଷଦ ଓ ଶାସ୍ତ୍ର ରେ ଶିକ୍ଷିତ ଯୁବକ ଯୁବତୀ ମାନେ ସମାଜବାଦ ର ଅବକ୍ଷୟ ସମୟରେ ଏହାକୁ ପ୍ରତିଷ୍ଠା କରିପାରିବେ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ କଲେଜ ର ଅଦକ୍ଷ ଡ଼କ୍ଟର ଦୁର୍ଗା ଶଙ୍କର ଦାସ ଓ ଭଦ୍ରକ ମୁନସିପାଲଟି ର ନିର୍ବାହୀ ଅଧିକାରୀ ତାପସ ସାମଲ ମଧ୍ୟ ନିଜର ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ପ୍ରେରଣା ଦେଇଥିଲେ। ସ୍ମୁତି କମିଟି ର ସମ୍ପାଦକ ସ୍ୱଗତ ସଚ୍ଚିଦାନନ୍ଦ ମହାନ୍ତି ଙ୍କ ଜୀବନି ଉପରେ ଚର୍ଚ୍ଚା କାଳରେ ତାଙ୍କ ଭଳି ଜଣେ ସଚୋଟ ଆଉ ଜନ୍ମ ନେବେନି ବୋଲି ମତ ରଖିଥିଲେ ଓ କମିଟି ର ସଭାପତି ଆଡ଼ଭୋକେଟ ବିଷ୍ଣୁମୋହନ ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଶେଷରେ ସ୍ନାତକ ଶ୍ରେଣୀର ସମସ୍ତ ସମ୍ମାନ ର ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଯୁକ୍ତ୨ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ଙ୍କୁ କମିଟି ତରଫରୁ ସମର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ଭଦ୍ରକ ର ବହୁ ବରିଷ୍ଠ ବୁଦ୍ଧିଜୀବି ଆଡ଼ଭୋକେଟ ଦିବ୍ୟସିଂ ନାୟକ,ପ୍ରଫୁଲ ପାଢ଼ୀ,ରାଧା ଦାଶ ଓ ଗଦାଧର ବଳ, ଭଦ୍ରକ କଲେଜ ର ରସାୟନ ବିଭାଗ ର ମୁଖ୍ୟ ପ୍ରଫେସର ପଦ୍ମ ପତ୍ରି, ଲକ୍ଷ୍ମୀଧର ନାୟକ, ଡକ୍ଟର କମଳା କାନ୍ତ ଜେନା,ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭା କୁ କମିଟି ତରଫରୁ ସାମ୍ୱାଦିକ ଅକ୍ଷୟ କୁମାର ଦାସ, ରାଜେଶ ଦାଶ (ରାଜା ), ସୁଧୀର ଦିବେଦି, ମାନସ ସାହୁ, ଅସିତ ଖୁଂଟିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଶେଷରେ ପରିବାର ତରଫରୁ ଜ୍ୟୋତି ପ୍ରକାଶ ମହାନ୍ତି ( ବାଉ ) ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.