ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଲୋକପ୍ରିୟ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କୁ ନାଗରିକ ସମାଜ ଦ୍ୱାରା ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଭଦ୍ରକ ସଂସ୍କୃତି ଭବନରେ ଆୟୋଜନ କରାଯାଇ ବିଭିନ୍ନ ଅଂଚଳର ଡାକ୍ତର, କର୍ମକର୍ତା ଓ ଅନୁଷ୍ଠାନ ତରଫରୁ ଡାକ୍ତର ନାୟକଙ୍କ ନିରବଛିନ୍ନ ସେବା ଓ ତ୍ୟାଗ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଭଦ୍ରକ ସିଡିଏମଓ ଓ ବରିଷ୍ଠ ଡାକ୍ତର ସୁଧୀରଞ୍ଜନ ନାୟକ ସଭାପତିତ୍ୱ କରିଥିବାବଳେ ମୂଖ୍ୟବକ୍ତା ଭାବରେ ପଣ୍ଡା ହସ୍ପିଟାଲର କର୍କଟ ବିଶେଷଜ୍ଞ ବରିଷ୍ଠ ଡାକ୍ତର ରଣଜିତ କର ଯୋଗ ଦେଇଥିଲେ। ମୂଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ରାଉତରାୟ ଯୋଗ ଦେଇ ଡାକ୍ତର ନାୟକଙ୍କ ଜନ ଆଦୃତ ପାଇଁ ପ୍ରଶଂସା କରିଥିଲେ। ସମ୍ବର୍ଦ୍ଧିତ ସଭାର ସଂଯୋଜକ ତଥା ଆଇଏମଏର ଉପଦେଷ୍ଟା ବରିଷ୍ଠ ଡାକ୍ତର ହରେକୃଷ୍ଣ ନାୟକ ଡାକ୍ତର ନାୟକଙ୍କ ଜୀବନ ବ୍ୟାପୀ ସେବା ଓ ସାଧନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସଭାରେ ପୂର୍ବତନ ଆଇଏମଏ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡଲୱାଲ , ଅନୁଗୁଳ ସିଡିଏମଓ ଡାକ୍ତର ଶିବାନନ୍ଦ ଦାଶ, କେଉଁଝର ସଂପାଦକ ଡାକ୍ତର ମହେଶ ମହାନ୍ତ,ଯାଜପୁର ଆଇଏମଏର ଡାକ୍ତର ପ୍ରସନ୍ନ ସାହୁ ଓ କାର୍ତିକ ଚନ୍ଦ୍ରରାଉତ, ଏସସିବି ମେଡିକାଲର ପାର୍ଥସାରଥୀ ମିଶ୍ର, ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଭଦ୍ରକର ଭଦ୍ରକ ଆଇଏମଏ, ରୋଟାରୀ କ୍ଲବ, ରୋଟାରୀ କ୍ଲବ ମିଡଟାଉନ, ରାମ ସେବା ଆଶ୍ରମ, ବରିଷ୍ଠ ନାଗରିକ ମହାସଂଘ, ତ୍ୟାଗ ଭୂମି , ଲାୟନ୍ସ କ୍ଲବ, ଅଶ୍ରୁ, ଓଡ଼ିଶା ତେଜସ୍ୱୀନୀ ମହିଳା ମହାସଂଘ, ଗାନ୍ଧୀ ବିଚାର ମଂଚ, ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନ ପ୍ରମୁଖ ସଂଗଠନ ସମ୍ବର୍ଦ୍ଧନା କରିଥିଲେ । ଓଡିଶା ଆଇଏମଏର ସଭାପତି ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା , ବିଶିଷ୍ଟ ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରଫେସର ଡାକ୍ତର ରଜତ ରାୟ,ପ୍ରଫେସର ଡାକ୍ତର ଇନ୍ଦ୍ରମଣି ଜେନା,ଡାକ୍ତର ସରୋଜ ସାହୁ, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ପ୍ରଫେସର ଡାକ୍ତର ଜନ୍ମେଜୟ ମହାପାତ୍ର, ରାଜ୍ଯ ସଂପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଡାକ୍ତର ସମ୍ରାଟ କର, ବାଲେଶ୍ୱର ଉପସଭାପତି ଡାକ୍ତର ସରୋଜ ରାଜ ପ୍ରମୁଖ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଭାକୁ ସ୍ତମ୍ଭକାର ସାହିତ୍ୟିକ ଅଭୟ ଦ୍ୱିବେଦୀ ସଂଚାଳନ କରିଥିବାବଳେ ସୁଧାକର ରାଉତ ଓ ଜଗନ୍ନାଥ ରାଉତ ପରିଚାଳନା କରିଥିଲେ । ଆସ୍ତା ନାୟକ ଧନ୍ୟବାଦ ଦେଇଥିଲେ। ଡାକ୍ତର ପ୍ରଦୀପ ନାୟକ, ବରିଷ୍ଠ ଡାକ୍ତର ଶତ୍ରୁଘ୍ନ ହାତୀ, ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଡାକ୍ତର ଜେ କେ ମହାନ୍ତି, ଡାକ୍ତର ବି କେ ନନ୍ଦ,ଡାକ୍ତର ଉତ୍ପଳା ନାୟକ, ଡାକ୍ତର ଦେବରାଜ ପାଣିଗ୍ରାହୀ,ଡାକ୍ତର ବିମଳା ମିଶ୍ର, କୈଳାସ ମହାପାତ୍ର, ଶାନ୍ତନୁ ରାଉତ, ଲଲାଟେନ୍ଦୁ ମହାନ୍ତି, ସମାଜସେବୀ ସୀତାକାନ୍ତ ଦାସ, ନାସିର ବକ୍ସ, ଅଜୟ ନାୟକ, ଗଦାଧର ବଳ, ଅଶୋକ ମହାନ୍ତି, ସତ୍ଯନ୍ଦୁ ରାୟମହାପାତ୍ର, ଅଞ୍ଜନା ମିଶ୍ର, ସୁରଜିତା ନାୟକ, ଜାନକୀ ପାଢୀ, ଶ୍ରୀହର୍ଷ ସ୍ୱାଇଁ, ଦିବ୍ୟସିଂହ ନାୟକ, ଶିଶିର ମିଶ୍ର, ରାଧାରାଣୀ ମହାପାତ୍ର, ରୂପକ ରାୟ, ଗୌରହରି ନାୟକ,ଅଭିଜିତ ନାୟକ, ଚନ୍ଦ୍ରଶେଖର ନାୟକ, ଘନଶ୍ୟାମ ଲେଙ୍କା, ବୈଲୋଚନ ବେଉରିଆ,ଡାକ୍ତର ଏ କେ ଗୋଚ୍ଛାୟତ, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ଅତିଶ ବେହେରା,ମନୋରଞ୍ଜନ ଦାସ, ବାବୁଲାଲ ଦାସ, ଶଶଧର ନାୟକ, ବସୁମିତ୍ରା ସାହୁ, ରମାକାନ୍ତ ସାମଲ, ହରିହର ନାୟକ ପ୍ରମୁଖ ଯୋଗଦେଇଥିଲେ।








