Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ପିଏମ୍ କିଶାନ ଆଭାସି ବୈଠକ

ଜିଲାସ୍ତରୀୟ ପିଏମ୍ କିଶାନ ଆଭାସି ବୈଠକ

8

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲାର ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପି ଏମ୍ କିଶାନ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଉପସ୍ଥିତ ଥିଲେ। ସଭା ଟିକୁ ଆୟୋଜନ କରିଥିଲେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଶଶି ଭୂଷଣ ମହାପାତ୍ର, କୃଷି ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ କାଶୀ/ ବନାରସ ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବା ୧୧ ଘଟିକା ରେ ଶୁଭ ଉଦ୍ଘାଟନ କରିଥିଲେ। ପ୍ରଧାନ ମନ୍ତ୍ରୀ ଦେଶ ସାରା ସମସ୍ତ କୃଷକଙ୍କ ଆକାଉଂଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଇଥିଲେ। ବର୍ଷକୁ ଏହିପରି ପି ଏମ୍ କିଶାନ୍ ମାଧ୍ୟମରେ ତିନି ଥର ଓ ସିଏମ୍ କିଶାନ୍ ମାଧ୍ୟମରେ ଦୁଇ ଥର ଟଙ୍କା କୃଷକଙ୍କ ଆକାଉଂଟ କୁ ଆସିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ଶତାଧିକ କୃଷକମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.