Home ଜିଲ୍ଲା ପରିକ୍ରମା ଦହପାଣିଆ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦହପାଣିଆ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

19

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ସ୍ଥିତ ଦହପାଣିଆ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କୁ ଶୁକ୍ରବାର ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ସ୍କୁଲ ପରିସର ମଧ୍ୟରେ ବିଜ୍ଞାନ ଶିକ୍ଷକ ଡ. କାଳିପଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ ଯୋଗ ଦେଇ ଅବସର ପରେ ଶିକ୍ଷକମାନେ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ଆରଡ଼ି ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏ. ଭାନୁମତି, କାନପୁର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ, ଡିଆଁ ନର୍ସିଂପୁର ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଦାସ, ସମାଜସେବୀ ରାମଚନ୍ଦ୍ର ନାୟକ, ରଘୁନାଥ ମଳିକ, ରମାକାନ୍ତ ମଳିକ, ସ୍କୁଲ ପରିଚାଳନା କମିଟି ସଭାପତି ସୋମନାଥ ମଳିକ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍କୁଲ ପାଇଁ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପଦ୍ମଲୋଚନ ମଳିକ, ଜିତେନ୍ଦ୍ର ମଳିକ, ହରିନାରାୟଣ ମଳିକ, ସଂଜୟ କୁମାର ମଳିକ, ସୀତାରାଣୀ ମିଳିକ, ମଲ୍ଲୀରାଣୀ ମଳିକ, ଅକ୍ଷୟ ମଳିକ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଶଶିକାନ୍ତ ପଣ୍ଡା, କ୍ଷୀରୋଦ ମାଝୀ, ମନୋରଂଜନ ମହାରଣା, ଶାନ୍ତିଲତା ସାମଲ, ତୃପ୍ତିମୟୀ ବେହେରା, ସସ୍ମିତା ସାହୁ, ବସନ୍ତ କୁମାର ଗାଗରାଇ, ଜ୍ଞାନରଂଜନ ଦାସ, ପଙ୍କଜ ବେହେରା, କର୍ମଚାରୀ ବୈଲୋଚନ ମହାଳିକ, କିଶୋର ମଳିକ, ସର୍ବେଶ୍ୱର ମଳିକ, ଦଶରଥ ମଳିକ, ଜାନକୀ ଦାସ, ଦେବକୀ ମଳିକ, ସୁମିତ୍ରା ମଳିକ, ପଂକଜିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲାବେଳେ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ଦିଗରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ। ତାଙ୍କର କର୍ତବ୍ୟ ପରାୟଣତା ପାଇଁ ସପ୍ତମ ଓଡ଼ିଶା ବାଟାଲିୟନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଅବସର କାଳୀନ ସଭାରେ ଶ୍ରୀ ବେହେରାଙ୍କୁ ଅବସର ପେନସପତ୍ର ସହିତ ମାନପତ୍ର, ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.