Home ଜିଲ୍ଲା ପରିକ୍ରମା “ମୋ ପଂଚାୟତରେ ମୋ ତହସିଲ’ କାର୍ଯ୍ୟକ୍ରମ

“ମୋ ପଂଚାୟତରେ ମୋ ତହସିଲ’ କାର୍ଯ୍ୟକ୍ରମ

14

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି “ମୋ ପଂଚାୟତରେ ମୋ ତହସିଲ’ କାର୍ଯ୍ୟକ୍ରମ ଭଦ୍ରକ ତହସିଲ ଅଧିନରେ କୋଡବରୁଆଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଆୟାଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ର ପ୍ରମୁଖ ଲକ୍ଷ୍ୟ ରହୁଛି କି, ସରକାରୀ କର୍ମଚାରୀ ଓ ସାଧାରଣ ଜନତା ମାନଙ୍କ ମଧ୍ୟରେ ଅନ୍ତର ବା ବ୍ୟବଧାନ କୁ ଦୂର କରିବା ଏବଂ ତହସିଲ ସ୍ଥରରେ ସମସ୍ତ ପ୍ରକାର ରାଜସ୍ୱ ସେବା ସ୍ୱଚ୍ଛତା ଓ ସେବା ମନବୃତି ରଖି ଯୋଗାଇ ଦିଆଯାଉଛି ବୋଲି ପ୍ରଚାର ପ୍ରସାର କରିବା । ତତ୍ ସଙ୍ଗେସଙ୍ଗେ କୌଣସି ରାଜସ୍ୱ ସେବା ପାଇବା ପାଇଁ ତହସିଲଦାର, ରାଜସ୍ୱ ନିରୀକ୍ଷକ ବା ଅନ୍ୟ କୌଣସି ତହସିଲ କର୍ମଚାରୀ ମାନଙ୍କ ନାମ ନେଇ ମଧ୍ୟସ୍ଥତା କାରବାର କରୁଥିବା ବ୍ୟକ୍ତି କୌଣସି ଉତ୍କୋଚ ଯଦି ମାଗୁଥାନ୍ତି, ତେବେ ଏହା ବିଷୟରେ ସଂପୃକ୍ତ ଅଧିକାରୀଙ୍କୁ ଜଣାନ୍ତୁ । ଏହି କାର୍ଯ୍ୟକ୍ରମରେ ସରପଂଚ ସୁଷମା ମହାନ୍ତି, ୱାର୍ଡ଼ ମେମ୍ବର ଓ ଗ୍ରାମବାସୀ ମାନେ ସଂପୂର୍ଣ୍ଣ ଭାବେ ଯୋଡ଼ି ହୋଇ ତତ୍ ସଙ୍ଗେସଙ୍ଗେ ପଂଚାୟତବାସୀ ଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ସହ କାର୍ଯ୍ୟକ୍ରମ କୁ ସଫଳ କଲେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟଦର୍ଶିନୀ ସଂଗ୍ରାମ ଖୁଂଟିଆ, ଅତିରିକ୍ତ ତହସିଲଦାର ଶୁକାନ୍ତ କୁମାର ଦାସ, ସୁପରଭାଇଜର ଜ୍ୟୋତି ରଞ୍ଜନ ପଣ୍ଡା ରାଜସ୍ୱ ନିରୀକ୍ଷକ ସୁମିତ୍ରା ମାଝୀ ଓ ଅନ୍ୟ ତହସିଲ କର୍ମଚାରୀ ମାନେ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣାଣୀ କରିବା ସହିତ ସମାଧାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.