Home ଜିଲ୍ଲା ପରିକ୍ରମା ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

10

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଶା ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଜାତୀୟ ଉଦ୍ୟାନ ଭିତର କନିକା ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି। ଦୀର୍ଘ ତିନି ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବା ପରେ ଏହା ଆଜି ଠାରୁ ଖୋଲା ଯାଇଛି। ଚାନ୍ଦବାଲି ପ୍ରବେଶ ଦ୍ୱାର ଦେଇ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଜାତୀୟ ଉଦ୍ୟାନ ର ମାନ୍ୟତା ପାଇଥିବା ଭିତର କନିକା କୁ ଯାତାୟାତ କରୁଥିବା ବେଳେ, ଚଳିତ ବର୍ଷ ନିଶ୍ଚୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆଜିର ଏହି ଉଦଘାଟନ ସମାରୋହ ରେ ଯୋଗ ଦେଇଥିବା ଏ ସି ଏଫ ସୁମିତ ମହାନ୍ତି ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରି ପ୍ରେକ୍ଷୀ ରେ ମତ ରଖିଥିଲେ। ପ୍ରଥମ ଦିନରେ ସ୍ଥାନୀୟ ଟୁରିଷ୍ଟ ମାନେ ଚାନ୍ଦବାଲିରୁ ଭିତରକନିକା ଜଳ ଯାତ୍ରା କରିଛନ୍ତି । ବନ୍ୟ ପ୍ରାଣୀ ବନଖଣ୍ଡର କର୍ମଚାରୀ ଓ ବୋଟ ମାଲିକମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ଏସ,ସି,ଏଫ ସୁମିତ କୁମାର ମହାନ୍ତି ସେମାନଙ୍କୁ ପତାକା ଦେଖାଇ ଜଳଯାତ୍ରାର ଶୁଭ ଆରମ୍ଭ କରାଇଥିଲେ । ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କିମି ଜଳଯାତ୍ରା କରି ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ, ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ, ସେଠାରେ ଥିବା ମ୍ୟୁଜିୟମ ଆଦି ଦେଖିବା ସହ ଜଳଯାତ୍ରାର ମଜା ନେଇଛନ୍ତି। ୧୯୮୮ ମସିହାରେ ଜାତୀୟ ଉଦ୍ୟାନ ର ସ୍ୱୀକୃତି ପାଇଥିବା ଭିତର କନିକା କୁ ବିଶ୍ୱ ସ୍ତରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଶ୍ୱ ଐ ତିହ ରେ କିପରି ସ୍ଥାନ ପାଇବ ସେଥିପାଇଁ କେବଳ ରାଜ୍ୟ ସରକାର ନୁହଁନ୍ତି କେନ୍ଦ୍ର ସରକାର ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.