Home ଜିଲ୍ଲା ପରିକ୍ରମା ଶିକ୍ଷା ଓ କଳା ସଂସ୍କୃତିକୁ ଭଲ ପାଉଥିଲେ ସୁନନ୍ଦା ଦେବୀ

ଶିକ୍ଷା ଓ କଳା ସଂସ୍କୃତିକୁ ଭଲ ପାଉଥିଲେ ସୁନନ୍ଦା ଦେବୀ

17
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଉଳା +୨ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଅନୁଷ୍ଠାନ ପ୍ରେମୀ ସ୍ୱର୍ଗତଃ ସୁନନ୍ଦା ରାଣୀ ସ୍ୱାଇଁଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାକୁ କବି ଅର୍ନ୍ତଯ୍ୟାମୀ ରାଉତ୍ ସଂଯୋଜନା କରିଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ବେହେରା, କବି ଅଶୋକ ପୁହାଣ, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ,ସାହିତ୍ୟିକ ଚର୍ତୁଭୂଜ ପହି, କିର୍ତନ ଚରଣ ନାୟକ, ନାରାୟଣ ଚନ୍ଦ୍ର ଲେଙ୍କା, ମୋହନ କୁମାର ମହାନ୍ତି, ଶିକ୍ଷକ ରମାକାନ୍ତ ଜେନା, ପଂଚାନନ ପୃଷ୍ଟି, କବି ଶଙ୍ଖାଳୀ ଚରଣ ରାଉଳ, ପୂର୍ବତନ ସରପଂଚ ବିଷ୍ଣୁ ପ୍ରସାଦ ନାୟକ,ଗାୟକ ଚିନ୍ତାମଣି ବେହେରା, ହେମନ୍ତ କୁମାର ନାୟକ, ସାମ୍ବାଦିକ ହେମନ୍ତ କୁମାର ସିଂହ,ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ସୁରେନ୍ଦ୍ର କୁମାର ପରିଡା, ଅନନ୍ତ ମୁଦୁଲି, କବୟତ୍ରୀ ପୁଷ୍ପା ମଞ୍ଜରୀ କର, ପ୍ରତିମା ଦାଶ, ପୂର୍ବତନ ସରପଂଚ ସତ୍ୟସାଧନ ବେଜ୍ ପ୍ରମୁଖ ଜନ୍ମରୁ ମୃତ୍ୟୁ ମଧ୍ୟରେ ଏମିତି କିଛି କାମ କର ଯାହାକୁ ସବୁଦିନ ପାଇଁ ସମାଜ ମନେ ରଖିବ । ସ୍ୱର୍ଗତଃ ସୁନନ୍ଦା ଦେବୀ ଶିକ୍ଷା, କଳା,ସଂସ୍କୃତି, ସାହିତ୍ୟ କୁ ଭଲ ପାଉଥିବା ପରି ଜଣେ ମଣିଷ ଥିଲେ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ଅତିଥି ମାନେ ‘ସ୍ମୃତିରେ ସୁନନ୍ଦା’ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତାଃ ସ୍ୱାଇଁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଯେ ୧୯୮୩ ମସିହାରେ ସ୍ୱର୍ଗତା ବେହେରା କାନପୁର ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିବା ବେଳେ ୧୯୮୬ ମସିହାରେ ଓଡିଆ ଅଧ୍ୟାପିକା ଭାବେ ବଉଳା ମହାବିଦ୍ୟାଳୟରେ ଯୋଗଦାନ ପରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥାଇ ୨୦୨୦ ମସିହାରେ ଅବସର ନେଇଥିଲେ । ସେ ଏକାଧାରରେ ଜଣେ ଲେଖିକା, ପ୍ରବନ୍ଧିକା ଓ ସୁବକ୍ତା ସାଙ୍ଗକୁ ଆଗରପଡା ଚିନ୍ତା ଚେତନା ସାହିତ୍ୟ ସଂସଦ, ଆନନ୍ଦପୁର ସାହିତ୍ୟ ସଂସଦ, କୁପାରୀ ଅମ୍ବିକା ସାହିତ୍ୟ ସଂସଦ,ଉତ୍କଳକେଶରୀ ଆଗରପଡା ମହୋତ୍ସବ କମିଟି , ଜିଲ୍ଲା ସ୍ତରୀୟ ଡ.ହରେକୃଷ୍ଣ ମହତାବ ଜୟନ୍ତି କମିଟି , ଆଗରପଡା ମଧୁସୂଦନ ଜୟନ୍ତି କମିଟି ପରି ବହୁ ଅନୁଷ୍ଠାନର ସକ୍ରିୟ ସଭ୍ୟ ରହି ନିଜର ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇ ଆସିଥିଲେ । ପ୍ରାରମ୍ଭରେ ସ୍ୱର୍ଗତାଃ ସ୍ୱାଇଁ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.