Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ କାର୍ଯ୍ୟାଳୟର ୩ଜଣ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜିଲାପାଳଙ୍କ କାର୍ଯ୍ୟାଳୟର ୩ଜଣ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

13

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ କମିଟି ଆନୁକୂଲ୍ୟରେ ୩ ଜଣ କର୍ମଚାରୀ ବରିଷ୍ଠ ରାଜସ୍ୱ ସହାୟକ ପ୍ରକାଶ କୁମାର ବେହୁରିଆ, ପିଅନ ରାଇ ଚରଣ ବାରିକ, ଡ୍ରାଇଭର ନୟନ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପାଳ ସରୋଜ କୁମାର ଦତ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଡେପୁଟି କଲେକଟର କାର୍ତିକ ନାଥ ମଣ୍ଡଳଙ୍କ ସହିତ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକଟର ଓ ଆସିଷ୍ଟାଂଟ କଲେକଟର, ଷ୍ଟାଫ କମିଟି ର ସଦସ୍ୟ ଅମୁଲ୍ୟ କୁମାର ସାହୁ, ଅତୁଲ ନନ୍ଦୀ, ଶ୍ୟାମସୁନ୍ଦର ଜେନା, ଓଁକାର ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.