Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ରାଜସ୍ୱ ସମୀକ୍ଷା ବୈଠକ , ନାମଲେଖା ପାଇଁ ମିସ୍ ସାର୍ଟିଫିକେଟ୍ ତୁରନ୍ତ ପ୍ରଦାନ ପାଇଁ...

ଜିଲାପାଳଙ୍କ ରାଜସ୍ୱ ସମୀକ୍ଷା ବୈଠକ , ନାମଲେଖା ପାଇଁ ମିସ୍ ସାର୍ଟିଫିକେଟ୍ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ

8

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାମ ଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପଡୁଥିବା ମିସ୍ ସାର୍ଟିଫିକେଟ୍ (ବିଭିନ୍ନ ପ୍ରମାଣପତ୍ର) ପ୍ରଦାନ କ୍ଷେତ୍ରରେ ବିଭିନ୍ନ ତହସିଲରେ ବହୁ ବିଳମ୍ବ ଘଟୁଛି। ଫଳରେ ନାମ ଲେଖାରେ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ବହୁ ଅଭିଯୋଗ ଆସୁଛି। ଏଣୁ ଏହି ସାର୍ଟିଫିକେଟ୍ ଗୁଡିକୁ ତୁରନ୍ତ ପ୍ରଦାନ ପାଇଁ ଜିଲାପାଳ ଦିଲ୍ଲୀପ ରାଉତରାୟ ଗତକାଲି ଅନୁଷ୍ଠିତ ରାଜସ୍ୱ ସମୀକ୍ଷା ବୈଠକରେ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଳାପାଳ ରବିନାରାୟଣ ସାହୁ, ଉପଜିଳାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କକ୍ଟେଟର (ରେଭିନ୍ୟୁ) ପ୍ରଜ୍ଞା ହୋତା, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳଙ୍କ ସମେତ ଜିଲା ସବରେଜିଷ୍ଟର (ଡିଏସଆର), ଏସଆର, ତହସିଲଦାର, ଆର.ଟି.ଓ., ଅବକାରୀ ଅଧୀକ୍ଷକ, ଡି.ଏସ.ଡବ୍ଲ୍ୟୁ.ସ. ଓ ଲାଇନ୍ ଡିପାର୍ଟମେଂଟର ଅଧିକାରୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ବସୁନ୍ଧରା ଯୋଜନାରେ ବିଭିନ୍ନ ତହସିଲରେ ଭୂମିହୀନ ପରିବାରମାନଙ୍କୁ ସଠିକ୍ ଭାବେ ଆର.ଆଇ.ମାନେ ସର୍ଭେ କରି ପଟ୍ଟା ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଖତିୟାନରେ ଥିବା ମୃତବ୍ୟକ୍ତିଙ୍କ ନାମକୁ ସଂଶୋଧନ କରି ସେମାନଙ୍କ ଉତରାଧିକାରୀଙ୍କ ନାମ ଖତିୟାନର ଦୁଇ ଖାନାରେ ଦରଜ କରିବା ପାଇଁ ଜିଲାପାଳ ଶ୍ରୀ ରାଉତରାୟ ଗୁରୁତ୍ୱ ଦେଇଥିଲେ। ଚିଟଫଣ୍ଡ ଅର୍ଥ ଫେରସ୍ତ ବାବଦରେ ବୈଠକରେ ଆଲୋଚନା ହୋଇଥିଲା। ଜମାକାରୀଙ୍କ ଅର୍ଥ ଫେରସ୍ତ ବାବଦରେ ସରକାରଙ୍କ କୋହଳ ନୀତି ଅନୁଯାୟୀ ଇଣ୍ଡିମେଣ୍ଡ ବଣ୍ଡ ନଥିଲେ ମନିରସିଦ୍ ଓ ଆର.ଆଇ. ରିପୋର୍ଟକୁ ଆଧାର କରି ତୁରନ୍ତ ଅର୍ଥ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଶିକ୍ଷାନୁଷ୍ଠାନ ମାନଙ୍କ ଅଧୀନରେ ଥିବା ଜମି ଗୁଡିକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ନାମରେ ପଟ୍ଟା ବାହାର କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଅଙ୍ଗନୱାଡି କେନ୍ଦ୍ର ଓ ସମବାୟ ସେବା ସମିତି ଗୁଡିକର ନିଜସ୍ୱ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ଶୀଘ୍ର ସାରିବା ପାଇଁ କୁହାଯାଇଥିଲା। ଲାଇନ୍ ଡିପାର୍ଟମେଂଟର ବହୁ ବିକାଶ ମୂଳକ କାର୍ଯ୍ୟ ଜମି ସମସ୍ୟା ଯୋଗୁଁ ଅଟକି ଥିବାରୁ ଜମି ଅଧିଗ୍ରହର କରି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଅନ୍ୟପକ୍ଷରେ ସଡକ ଦୁର୍ଘଟଣାର ନିୟନ୍ତ୍ରଣ ପାଇଁ ଦ୍ରୁତ ଗତିରେ ଗାଡିଚାଳନା ଓ ହେଲମେଟ୍ ବ୍ୟବହାର କରୁନଥିବା ଗାଡି ଚାଳକଙ୍କ ଉପରେ ଜରିମାନା କରିବାକୁ ଆର.ଟି.ଓ. ଙ୍କୁ କଡା ତାଗିଦ କରାଯାଇଛି। ବୈଠକରେ ସିକିମ୍ ଖାତା, ମ୍ୟୁଟେସନ, ସରକାରୀ ଜମି ସୁରକ୍ଷା, ଜବରଦଖଲ ଉଚ୍ଛେଦ ନେଇ ଜିଲାପାଳ ଶ୍ରୀ ରାଉତରାୟ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.