Home ଜିଲ୍ଲା ପରିକ୍ରମା ସାଳନ୍ଦୀ ଡିଗ୍ରି କଲେଜରେ ମାନସିକ ଅବସାଦ କର୍ମଶାଳା

ସାଳନ୍ଦୀ ଡିଗ୍ରି କଲେଜରେ ମାନସିକ ଅବସାଦ କର୍ମଶାଳା

14

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶାରୀରିକ ସୁସ୍ଥତା ମଣିଷର ଯେମିତି ଆବଶ୍ୟକ, ମାନସିକ ସୁସ୍ଥତା ମଧ୍ୟ ସେହିଭଳି ଜରୁରୀ। ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ମଣିଷ ନିଜର ଆଶା ଅଭିଳାଷ ପୂରଣ ନିମିତ୍ତ ଦୁଃଖ ଅବସାଦରେ ପୀଡିତ ହୋଇ ମାନସିକ ଚାପର ଶିକାର ହୋଇଥାଏ। ଏହାର ପ୍ରଭାବରେ ଆତ୍ମହତ୍ୟାର ବହୁ ଉଦାହରଣ ଦେଖିବାକୁ ମିଳିଥାଏ। ଏହାର ପ୍ରତିକାର ପାଇଁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସାଳନ୍ଦୀ ଡିଗ୍ରି କଲେଜରେ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ମାନସିକ ଅବସାଦ କର୍ମଶାଳାର ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ମୂଖ୍ୟ ଚିକିତ୍ସାଳୟର ଡାକ୍ତର ସଂଗୀତା ବଳ, କ୍ଲିନିକାଲ ମନସ୍ତତ୍ତ୍ୱବିତ ଲୋନି ଲିଓନା ବେହେରା, ଦେବେନ୍ଦ୍ର ନାୟକ, ନାସରିନ ଅଖତାର ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଯୋଗଦେଇ ଥିବାବେଳେ ଅଚ୍ୟୁତାନନ୍ଦ ନାୟକ, ଲିପିପୁଷ୍ପା ନାୟକ, ଶତୃଘ୍ନ ପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.