Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା ଜଳ କମିଛି ମାତ୍ର ଗ୍ରାମାଞ୍ଚଳ ରେ ବଢୁଛି ସମସ୍ୟା,ଏ ଯାଏ ପହଂଚିଲାନି ଗୋଖାଦ୍ୟ

ଧାମନଗରରେ ବନ୍ୟା ଜଳ କମିଛି ମାତ୍ର ଗ୍ରାମାଞ୍ଚଳ ରେ ବଢୁଛି ସମସ୍ୟା,ଏ ଯାଏ ପହଂଚିଲାନି ଗୋଖାଦ୍ୟ

8

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ରେ ଲଗାଣ ବର୍ଷା ଦ୍ୱାରା ଧାମନଗର ବ୍ଲକ ରେ ୨୫ ପଞ୍ଚାୟତ ରେ ବିଭିନ୍ନ ଚାଷ ଜମିରେ ବର୍ଷା ଜଳ ବୁଡି ରହିଥିବା ବେଳେ ୪ଦିନ ତଳେ ବୈତରଣୀ ନଦୀରେ ବନ୍ୟା ଦ୍ୱାରା ଶାଖା ନଦୀ କୋଚିଳା, ଗେଙ୍ଗୁଟି ନଦୀରେ ବନ୍ୟା ଆସି ଏହି ବ୍ଲକ ର ପଧାନି, ଅର୍ଜୁନପୁର, ହସନାବାଦ, ସୋହଡା, ଖଡ଼ିପଦା, ଦଳାଙ୍ଗ ପଞ୍ଚାୟତ ରେ ବିଭିନ୍ନ ଚାଷ ଜମି ବୁଡ଼ିରହିଛି । ବନ୍ୟା ଛାଡି ଥିଲେବି ଏ ଯାଏ ଗାଁ ରୁ ବନ୍ୟାଜଳ କମୁ ନାହିଁ ତଳିଆ ଅଞ୍ଚଳ ହସନାବାଦ ପଞ୍ଚାୟତ ରେ ଅନେକ ଗ୍ରାମ ଭିତରେ ପାଣି ରହିଛି । ବନ୍ୟା ସମୟରେ ପ୍ରଶାସନ ତରଫରୁ ପଲିଥିନ ଓ ଶୁଖିଲା ଖାଦ୍ୟ ଦିଆଯାଇଛି,କିନ୍ତୁ ବନ୍ୟାଞ୍ଚଳ ରେ ଥିବା ଗୋରୁ ଗାଈ ଭୋକରେ ଅଛନ୍ତି।ଏପର୍ଯ୍ୟନ୍ତ ବନ୍ୟାଞ୍ଚଳ ରେ ଥିବା ଗୋରୁ ଗାଈ ଙ୍କ ନିକଟରେ ଗୋଖାଦ୍ୟ ପହଞ୍ଚି ପାରିନାହିଁ। ଏ ଦିଗରେ ବ୍ଲକର ବିଡ଼ିଓ ଙ୍କ ସହ ଯୋଗା ଯୋଗ କରା ଯାଇଥିଲା ଗୋଟେ ଦିନ ଭିତରେ ଗୋଖାଦ୍ୟ ପହଂଚିବ ବୋଲି କହିଥିଲେ ।ପ୍ରକାଶ ଥାଉକି ବନ୍ୟା ଜଳ ପୁରା ଛାଡି ନଥିବା ବେଳେ ବୁଧବାର ଦିନ ତମାମ ପ୍ରବଳ ବର୍ଷା ରେ ଧାମନଗର ପୁରା ବେହାଲ ହୋଇ ଯାଇଚି, ଗୋରୁ ଗାଈ ଓ ଲୋକ ମାନେ ମଧ୍ୟ ଘରୁ ବାହାରି ପାରିନଥିଲେ। ଏତେ ବର୍ଷା ଯେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ ଧାମନଗର ବ୍ଲକ ର ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଦେଇ ଥିଲେ ।ତେବେ ବନ୍ୟା ର ପ୍ରକୋପ ଏବେ ବର୍ଷା ସାଧାରଣ ଜନ ଜୀବନ କୁ ଅସ୍ତ ବେସ୍ତ କରିପକାଇଛି । ବନ୍ୟା ରେ ଉପରୋକ୍ତ ପଞ୍ଚାୟତ ରେ ବ୍ୟାପକ ଚାଷ ଜମି ନଷ୍ଟ ହୋଇଥିବା ବେଳେ ଚାଷ ଜମିରୁ ପାଣି ଖସୁ ନ ଥିବାରୁ କ୍ଷୟ କ୍ଷତି ଆକଳନ କରିହେଉନୀ ଦିନେ ଦୁଇ ଦିନ ମଧ୍ୟ ରେ କ୍ଷୟ କ୍ଷତି ଆକଳନ କରାଯିବ ବୋଲି ବ୍ଲକ କୃଷି ଅଧିକାରିଣୀ ଅନୁରାଧା ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.