Home ଜିଲ୍ଲା ପରିକ୍ରମା ଥାନାରୁ ଦିର୍ଘ ଦିନ ହେବ ନ୍ୟାୟ ନ ପାଇବାରୁ ଅସହାୟ ମହିଳା ଭଦ୍ରକ ଏସପି ଅଫିସ...

ଥାନାରୁ ଦିର୍ଘ ଦିନ ହେବ ନ୍ୟାୟ ନ ପାଇବାରୁ ଅସହାୟ ମହିଳା ଭଦ୍ରକ ଏସପି ଅଫିସ ଆଗରେ ଧାରଣରେ ବସିବେ

11

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ,୩୦/୭ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ପନ୍ଦରବାଟିଆ ଗ୍ରାମର ସଂଖ୍ୟା ଲଘୁ ମହିଳା ନେସାତୁନ ଖାତୁନ ଙ୍କୁ ପ୍ରତିବାଦୀ ପଡ଼ୋଶୀ ମାନଙ୍କର ଯୌନ ନିର୍ଯ୍ୟାତନା ଘଟଣାରେ ସ୍ଥାନୀୟ ଧୁଷୁରୀ ଥାନାର ଥାନା ଅଧିକାରୀଙ୍କ ନିରପେକ୍ଷତା ନେଇ ସନ୍ଦେହ ମଧ୍‌ଯ ରେ ଅପରାଧିମାନଙ୍କୁ ଖସାଇ ଦେବା ଉଦ୍ଦେଶ୍ୟରେ ନିଜର କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରି ପ୍ରତିବାଦୀ ମାନଙ୍କ ପ୍ରତି ଅନୁକମ୍ପା ଓ କୋହଳ ମନୋଭାବ ପ୍ରଦାନ ଭୂମିକାର ପ୍ରତିକାର ପ୍ରାର୍ଥନା ସହିତ ଆବେଦନ କାରୀଙ୍କ କାର୍ଯ୍ୟାନୁଷ୍ଠାନ ସୁଫଳନ ମିଳିଲେ ଭଦ୍ରକ ଏସପି ଅଫିସ ସମ୍ମୁଖରେ ତା ୧୩/୦୮/୨୦୨୫ ରିଖ ରେ ଆମରଣ ଅନସନରେ ବସିବା ପାଇଁ ମହିଳା ଜଣଙ୍କ ଚେତାବନୀ ଦେଇଛନ୍ତି। ସୁଚନା ଥାଉକି ଅଭିଯୋଗକାରିଣୀ ନେସାତୁନ ଖାତୁନ୍‌, ପିତା : ସେକ୍ ମୁସ୍ତାଫା, ଗ୍ରାମ ପନ୍ଦରବାଟିଆ ଅଭିଯୋଗ କରିଛନ୍ତି ଯେ ପଡ଼ୋଶୀ ପ୍ରତିବାଦୀ ମାନେ ଯଥା (୧) ସଦୃଉଦ୍ଦିନ ସାହାଜୀ, (୨) ସିରାଜ ସାହାଜୀ, (୩) ସଲାଉଦ୍ଦିନ ସାହାଜୀ, (୪) ଜାନୀ ସାହାଜୀ, (୫) ଦର୍ଶୁ ସାହାଜୀ, (୬) ସମ୍ପର୍କୀୟ ଅଜଗର ସାହାଜୀ, ଦୀର୍ଘ ୯ ବର୍ଷ ଧରି ସାମନ୍ୟ ଜମିଜମା ଆରୋପ ଲଗାଯାଇ ନେଶାତୁନ ଖାତୁନ ଓ ତାଙ୍କ ପରିବାର କୁ ବିଭିନ୍ନ ସମୟରେ ଗଣ୍ଡଗୋଳ, ମାଡ଼ ମାରିବା, ଟେକା ପଥର ପକାଇବା, ଅଇଁଠା ପତ୍ର ଘର ଉପରକୁ ପକାଇବା, ଗାଧୁଆଘରେ ଗାଧୋଇବା ସମୟରେ ସିସି କ୍ୟାମେରା ଦ୍ୱାରା ଫଟୋ ଉଠାଇବା ଏବଂ ଅଶ୍ଳୀଳ ଯୌନ ଇଂଗୀତ ଦେବା ଓ ଯୌନ ଉତ୍‌?ପୀଡନ ସହିତ ଜୀବନରୁ ମାରିଦେବାର ଉଦ୍ୟମ କରିଆସୁଛନ୍ତି । ଏ ନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ରେ ଦଫାରଫା କରି କୌଣସି ଗୋଟିଏ ଏଫ୍‌.ଆଇ.ଆରକୁ କେଶ୍ ଭାବରେ ଥାନା ତରଫରୁ ଗ୍ରହଣ କରି ଏଫ୍‌.ଆଇ.ଆର କପି ଦେଇନଥିଲେ । ଏ ବାବଦରେ ଅନ୍ୟ ଉପାୟ ନ ପାଇ ଶେଷ ରେ ମହିଳା ଜଣଙ୍କ ରେଜେଷ୍ଟ୍ରି ଡାକରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ରିଖ ଦିନ ସ୍ଥାନୀୟ ଧୁଷୁରୀ ଥାନାରେ । ଏହାକୁ ସ୍ଥାନୀୟ ଥାନା ତରଫରୁ ଆଇ.ଆଇ.ସି. ମହାଶୟ ତା ୦୮/୦୭/୨୦୨୫ ରିଖ ଗ୍ରହଣ କରି ଏଫ୍‌.ଆଇ.ଆର କପି ଦେଇଥିଲେ ମାତ୍ର ଅଭିଯୁକ୍ତ ଙ୍କୁ ଗିରଫ କରା ଯାଇନାହିଁ। ଏ ନେଇ ମହିଳା ଜଣଙ୍କ ଥାନାରେ ନ୍ୟାୟ ନ ପାଇବାରୁ ଅଗଷ୍ଟ ୧୩ ତାରିଖଦିନ ଭଦ୍ରକ ଏସ ପି ଅଫିସ ଆଗରେ ଆମରଣ ଅନଶନ ରେ ବସିବେ ବୋଲି ବିଭିନ୍ନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ଦିଗରେ ଧୁସୁରି ଥାନା ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ମୂଳେ କେସ କରା ଯାଇଚି ଘଟଣା ର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.