Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଡାକ୍ତର ଅଭାବ ନେଇ ସାମାଜିକ ସଂଗଠନ କାର୍ଯକର୍ତାଙ୍କ ଜିଲାପାଳଙ୍କୁ...

ଚାନ୍ଦବାଲି ବ୍ଲକରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଡାକ୍ତର ଅଭାବ ନେଇ ସାମାଜିକ ସଂଗଠନ କାର୍ଯକର୍ତାଙ୍କ ଜିଲାପାଳଙ୍କୁ ଦାବୀପତ୍ର

4

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିବା ୧୦ ଟା ବେଳେ ଚାନ୍ଦବାଲି ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୦୯ଗୋଟି ଅଭିଯୋଗ ଶୁଣାଣି ହେବା ସହ ସେ ସବୁର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ କରାଯାଇଛି । ମୁଖ୍ୟ ଅଭିଯୋଗ ମଧ୍ୟରେ ଚାନ୍ଦବାଲି ମୁଖ୍ୟ ମେଡିକାଲରେ ଦେଖା ଦେଇଥିବା ଡାକ୍ତର ସମସ୍ୟା ନେଇ ଚାନ୍ଦବାଲିର ବୁଦ୍ଧିଜୀବୀମାନେ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ ଅଭିଯୋଗ ଅନୁଯାଇ ଚାନ୍ଦବାଲି ଉପଖଣ୍ଡ ଗୋଷ୍ଠିକେନ୍ଦର ଅବ୍ୟବସ୍ତା, ରୋଗୀ ହନ୍ତ ସନ୍ତ ଓ ଉପଖଣ୍ଡ ମେଡିକାଲ ଚାର୍ଜରେ ଥିବା ଭାରପ୍ରାପ୍ତ ଅଧିକ୍ଷକ ତଥା ଶିଶୁ ରୋଗ ବିଶେଷଜ୍ଞ ଓ ଅନ୍ୟ ବିଶେଷଜ୍ଞ ଡାକ୍ତର ହେଡ଼କ୍ୱାଟରରେ ନରହିବା ଓ ଜରୁରୀକାଳୀନ ସେବାରେ କାର୍ଯ୍ୟ ନକରିବା, ପ୍ରାଇଭେଟ ସେବାରେ ବ୍ୟସ୍ତ ରହି ଆଉଡ଼ର ଠିକ ସମୟରେ ନକରିବା ଏବଂ ଆୟୁଷ ଡାକ୍ତରଙ୍କ ଉପରେ ଜରୁରୀକାଳୀନ ରୋଗୀ ଚିକିତ୍ସା ଛାଡି ଦେବା ଏବଂ ରୋଗୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରତେକ ଦିନ କେଉଁ ବିଶେଷଜ୍ଞ ଡାକ୍ତରଙ୍କର ଚିକିତ୍ସା ପାଇଁ କେଉଁ ସମୟ ଧାର୍ଯ୍ୟ କରିବାକୁ ଦାବୀ କରା ଯାଇଥିଲା। ମେଡିକାଲରେ ଥିବା ଡାକ୍ତର ମାନଙ୍କ ମୋବଇଲ ନମ୍ବର ସର୍ବସାଧାରଣରେ ପ୍ରକାଶ କରିବା, ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ବଦଳି ହୋଇଥିବା ସତ୍ୱେ ଆଜିକୁ ବର୍ଷ ହେଲା ତାଙ୍କ ବଦଳରେ ନୂଆ ନିଯୁକ୍ତି ନଦେବା ଆଦି ସମ୍ବନ୍ଧ ରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲାପାଳ ଏବାଦରେ ଉପସ୍ଥିତ ସିଡିଏମଓ ଡ଼. ସୁଧୀରଞ୍ଜନ ନାୟକଙ୍କୁ ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ । ସେହିପରି ଭୂଇଁବୃର୍ତି ଓ ତେନ୍ତୁଳିଢିଆ ଅଂଚଳରେ ଦିନକୁ ଦିନ ବେଆଇନ ଚିଙ୍ଗୁଡ଼ି ଘେରି ଛତୁ ଫୁଟିଲା ଭଳି ହୋଇଉଠିଛି । ଏହା ପ୍ରଭାବରେ ଆଖ ପାଖ ଚାଷ ଜମିରେ ଧାନ ଚାଷ ବାଧା ପ୍ରାପ୍ତ ହେଉଛି । ଏହାକୁ ଉଛେଦ କରିବାକୁ ଉକ୍ତ ଅଂଚଳର ବିଶ୍ୱଜିତ ବିଶ୍ୱାଳ, ବିଶ୍ୱନାଥ ସୂତାର, ସାର୍ଥକ ନାୟକ, ମଳୟ କୁମାର ନାୟକ ପ୍ରମୁଖ ଜିଲାପାଳଙ୍କୁ ଦାବୀ ପତ୍ର ଦେଇଥିଲେ । ଏହା ପରେ ପାଂଚ ଜଣ ଭିନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ , ୮ଜଣ ନିରାଶ୍ରୟା ମହିଳାଙ୍କୁ ବିଧବା ଭତା, ୨ ଜଣଙ୍କୁ ବିକଳାଙ୍ଗ ଭତା, ଚାରି ଜଣ ଙ୍କୁ ଶ୍ରବଣ ଯନ୍ତ ପ୍ରଦାନ କରା ଯାଇଥିଲା। ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦାନ କରିଥିଲେ । ଏସପି ମନୋଜ ରାଉତ,ପିଡି ଶୁଭେନ୍ଦୁ ସାମଲ, ସିଡିଏମଓ ସୁଧୀରଞ୍ଜନ ନାୟକ, ବିଡ଼ିଓ ସଂଜୀବ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ସବୁ ବିଭାଗର ଅଧିକରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.