Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ଦାଦାଗିରି, ସର୍ବ ସମୁଖରେ ଯୁବକଙ୍କୁ ମାଡ ମାରିବା ସହ ସୁନା ଚେନ ଛିଡାଇ ନେଇଥିବା...

ସାମ୍ବାଦିକଙ୍କ ଦାଦାଗିରି, ସର୍ବ ସମୁଖରେ ଯୁବକଙ୍କୁ ମାଡ ମାରିବା ସହ ସୁନା ଚେନ ଛିଡାଇ ନେଇଥିବା ଥାନାରେ ଅଭିଯୋଗ

14

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ କିଛି କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। ଏମିତି କି କଲମ ବଦଳରେ ବଲମ ଦେଖାଇ ବାକୁ ପଛାଉ ନାହାନ୍ତି କିଛି ସାମ୍ବାଦିକ ମାନେ।ଏ ନେଇ ଅନ୍ୟ ସାମ୍ବାଦିକ ମାନେ ବଦନାମ ହେଉଛନ୍ତି।ଏମିତି ଏକ ସାମ୍ବାଦିକଙ୍କ ଦାଦାଗିରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ । ସୂଚନା ମୁତାବକ ଜଣେ ଆଗ ଧାଡ଼ିର କାର୍ଯ୍ୟରତ ସାମ୍ବାଦିକ ଭାଗିରଥି ସେଠି ନିଜକୁ ସାମ୍ବାଦିକ କହି ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ତଳେ ପକାଇ ମାଡ ମାରିବା ସହିତ ଯୁବକ ବେକରେ ପିନ୍ଧିଥିବା ସୁନା ହାର ମଧ୍ୟ୍ୟ ଛିଡାଇ ନେଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ସାମ୍ବାଦିକ ଆକ୍ରମଣ ରେ ଯୁବକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଭାବେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି। ଏ ନେଇ ସାମ୍ବାଦିକ ଭାଗିରଥି ସେଠି ମଧ୍ୟ୍ୟ ଚାନ୍ଦବାଲି ଥାନାରେ ଏକ ପାଲଟା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଚାନ୍ଦବାଲି ଥାନା ଅଧିକାରୀ ଅଭିଯୋଗ କାରୀଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ କରିଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.