Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା ଯୋଗୁଁ ୮ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ, ବନ୍ୟା ସ୍ଥିତି ସୁଧୁରିଛି, ୨୫...

ଧାମନଗରରେ ବନ୍ୟା ଯୋଗୁଁ ୮ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ, ବନ୍ୟା ସ୍ଥିତି ସୁଧୁରିଛି, ୨୫ ପଂଚାୟତ ଚାଷ ଜମିରେ ପାଣି, ୭ ଶହ ପଲିଥିନି ବଂଟନ

5

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ବୈତରଣୀରେ ଜଳପତନ ହ୍ରାସପାଇବା ପରେ ଏବେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ହେଲେ ଧାମନଗର ର ତଳିଆ ଅଂଚଳ ସ୍ଥିତି ଧୀରେ ଧୀରେ କମୁଛି। ଏବେବି ଗାଁ ଦାଣ୍ଡ ରୁ ପାଣି ଶୁଖିନାହିଁ। ଗୋରୁ ଓ ଛେଳି ବନ୍ଧ ଉପରେ ଅସ୍ଥାୟୀ ପାଲ ଟାଙ୍ଗି ରଖାଯାଇଛି। ବୈତରଣୀର ଶାଖା ଗେଙ୍ଗୁଟି ନଦୀବନ୍ଧରେ ଥିବା ପାହାଡ଼ପୁର ଏସକେପ, ମଠମାହାରା ଓ କନକେଇ ଏସକେପ ବାଟେ ପାଣି ବାହାରି ବିଶେଷ ଭାବେ ଚାଷ ନଷ୍ଟ ହୋଇଛି। ଧାମନଗର ବ୍ଲକର ପାଖାପାଖି ୨୫ ଟି ପଂଚୟତରେ ବର୍ଷା ଜଳରେ ଚାଷ ଜମିରେ ବର୍ଷା ଜଳଭରି ରହିଥିବା ବେଳେ ବନ୍ୟା ଜଳରେ ୬ ଟି ପଂଚାୟତ ରେ ଚାଷ ଜମିରେ ମଧ୍ୟ ବନ୍ୟା ଜଳରେ ଚାଷ ନଷ୍ଟ ହୋଇଛି ପ୍ରାୟ ୮ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ଅଧିକାଂଶ ଜମିରେ ଧାନ ଚାଷ ପାଇଁ ତଳି ଓ ରୁଆ ପୋତା ହୋଇଥିଲା। ହେଲେ ବନ୍ୟା ଓ ବର୍ଷା ପାଣିରେ ତାହା ବୁଡ଼ି ରହିଥିବାରୁ ଏଗୁଡ଼ିକ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ସେହିପରି ପଧାନି, ସୋହଡ଼ା, ଅର୍ଜୁନପୁର ଓ ହସନାବାଦ ରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ଆନନ୍ଦପୁର ପଂଚାୟତର ମଲ୍ଲିମାହାରା ଓ ସୋହଡ଼ା ପଂଚାୟତର ଗୌରାଙ୍ଗପୁର ଏସକେପର ଦକ୍ଷିଣ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇଥିବାରୁ ବନ୍ୟା ନିୟନ୍ତ୍ରଣ କିଛି ପରିମାଣ ରେ ହୋଇପାରିଛି। ତେବେ ଚଳିତ ବନ୍ୟାରେ ପଧାନି, ସୋହଡା, ହସନାବାଦ, ଅର୍ଜୁନପୁର,ନଦୀଗାଁ, ଖଡ଼ିପଦା ପଂଚାୟତ ରେ ପ୍ରାୟ ୫ ହଜାର ଲୋକ ବନ୍ୟା ଘେରରେ ରହିଥିଲେ ,ସେମାନଙ୍କୁ ୨୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଧାମନଗର ବିଡ଼ିଓ ବନବିହାରୀ ଦିନ୍ଧା କହିଛନ୍ତି। ସୋମବାର ଦିନ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ ରାଜସ୍ୱ ଅଧିକାରୀ ଙ୍କ ସହାୟତାରେ ୭ ଶହ ବନ୍ୟା ବିପନ୍ନ ଙ୍କୁ ପଲିଥିନ ପ୍ରଦାନ କରିଛନ୍ତି।ତେବେ ତଳିଆ ଅଂଚଳ ରେ ସ୍କୁଲରେ ପାଣି ପଶିଥିବା ସହିତ କିଛି ସ୍କୁଲ ରେ ବିପନ୍ନ ମାନେ ରହୁଥିବାରୁ ସେହି ସ୍କୁଲକୁ ଛୁଟି କରିଦିଆଯାଇଛି।ସୋମବାର ଦିନ ୧୧ ଟା ବେଳେ ଧାମନଗର ବ୍ଲକ ବିଜୁ ଜନତା ଦଳ ର ଏକ ଟିମି ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧକ୍ଷ ଅଶୋକ ନାୟକ, ବିଜେଡି ନିର୍ବାଚନ ମଣ୍ଡଳୀ ନେତା ସଂଜୟ ଦାସ,ବ୍ଲକ ବିଜେଡି ସଭାପତି ପ୍ରତାପ ସାମଲ ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ ,ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ବନ୍ୟାଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ । ହସନାବାଦ ଓ ଅର୍ଜୁନପୁର ପଂଚାୟତ ରେ ଯେଉ ବନ୍ୟା ପରିସ୍ଥିତିସୃଷ୍ଟିହେଲା ତାହା ନିଶ୍ଚିତ ମନୁଷ୍ୟ କୃତ୍ୟ, ଯଦି ହସନାବାଦ ପଂଚାୟତ ର ତଳ ଅଂଚଳରେ ଘେରିବନ୍ଧ ହୋଇ ପାରନ୍ତା ତେବେ ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ, ଏ ଦିଗରେ ରାଜ୍ୟ ସରକାର ଙ୍କ ନିକଟରେ ଲୋକଙ୍କ ସମସ୍ୟା ନେଇ ବିଜେଡି ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.