Home ଜିଲ୍ଲା ପରିକ୍ରମା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୦ମ ଚାନ୍ଦବାଲି ବ୍ଲକ ସମ୍ମିଳନୀ

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୦ମ ଚାନ୍ଦବାଲି ବ୍ଲକ ସମ୍ମିଳନୀ

8

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ମାନଙ୍କୁ ଆର୍ôଥକ ସ୍ୱାଧୀନତା, ମହିଳା ମାନଙ୍କୁ ସାମାଜିକ ସମାନତା, ମହିଳା ମାନଙ୍କୁ ସମ୍ମାନ, ମହିଳା ହିଂସା ବଂଦ କରିବା, ନାରୀ ନିର୍ଯ୍‌ଯାତନା ଓ ନାରୀ ଧର୍ଷଣ ବଂଦ କରି ମହିଳା ମାନଙ୍କୁ ମୁକ୍ତି ପ୍ରଦାନ କରିବା, ମହିଳା ମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ଘଟଣାରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ବଳଙ୍ଗା ଛାତ୍ରୀ ପୋଡି ଘଟଣାର ସମସ୍ତ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀ ମାନଙ୍କୁ ଗିରଫ, ଆମ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ନିର୍ଯ୍ୟାତନା ଓ ଯୌତୁକ ଜନିତ ବଧୁ ହତ୍ୟା ବଂଦ କରିବା ଆଦି ଦାବି କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ୧୦ ମ ବ୍ଲକ ସମ୍ମିଳନୀ ମତୋ ପଂଚାୟତ କାର୍ଯ୍ୟାଳୟ ପରିସରସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ସମ୍ମିଳନୀରେ ସଂଗଠନର ପତାକାକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ଜିଲ୍ଲା ସହ ସଂପାଦିକା କୁମୁଦିନୀ ଭୋଇ ଉତୋଳନ କରିଥିଲେ ।ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ ସଭାନେତ୍ରୀ ମଧୁସ୍ମିତା ପାକଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥି ଭାବେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ସିଆଇଟିୟୁ ତିହିଡି ବ୍ଲକ ସଭାପତି ବିଷ୍ଣୁ ଦାଶ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଗୌରାଙ୍ଗ ଯେନା, ଚାଷୀ ମୂଲିଆ ସଂଘ ସଭାପତି ସୁଶାନ୍ତ ଜେନା, ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା, ଶିକ୍ଷକ ନେତା ସାଧୁ ଚରଣ ନାୟକ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ ସଂପାଦିକା କୁମୁଦିନୀ ଭୋଇ,ମହିଳା ନେତ୍ରୀ ଯଶୋଦା ସାହୁ, ମହିଳା ନେତ୍ରୀ ମାଳତୀ ଲତା ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବା ସହ ମହିଳା ସଂଗଠନ ର ଦାବି ଗୁଡିକୁ ଗାଁ ଗାଁ କୁ ନେଇଯିବାକୁ ଆହ୍ୱାନ ଜଣାଇଥିଲେ । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ସାଂଗଠନିକ ଶକ୍ତି ବୃଦ୍ଧି କରିବାକୁ ଅତିଥି ମାନେ ଆହ୍ୱାନ ଜଣାଇଥିଲେ । ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଏକ ୧୫ ଜଣିଆ ବ୍ଲକ କମିଟି ନିର୍ବାଚିତ ହୋଇଥିଲା । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ବ୍ଲକ ସଭାନେତ୍ରୀ ଭାବେ ମଧୁସ୍ମିତା ପାକଳ ଓ ବ୍ଲକ ସଂପାଦିକା ଭାବେ କାମିନୀ ଭୋଇ ପୁନଃ ନିର୍ବାଚିତ ହୋଇଥିଲେ । ଉପସଭାନେତ୍ରୀ ଭାବେ ଯଶୋଦା ସାହୁ, ବାସନ୍ତୀ ମହାନ୍ତି, ସହସଂପାଦିକା ଭାବେ ପ୍ରତିଭା ରାଉତ ଓ ସେବତୀ ସେଠୀ ନିର୍ବାଚିତ ହୋଇଥିଲେ । ଆସନ୍ତା ଅଗଷ୍ଟ-୨ ରେ ସଂଗଠନ ପକ୍ଷରୁ ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମହିଳା ସମାବେଶକୁ ସଫଳ କରିବା ପାଇଁ ନବନିର୍ବାଚିତ ବ୍ଲକ ସଭାନେତ୍ରୀ ଓ ବ୍ଲକ ସଂପାଦିକା ଆହ୍ୱାନ ଜଣାଇଥିଲେ । ଏହି ସମ୍ମିଳନୀରେ ଚାନ୍ଦବାଲି ବ୍ଲକର ଶତାଧିକ ମହିଳା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.