Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ଭଦ୍ରକ ଜିଲା ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ଭଦ୍ରକ ଜିଲା ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

8

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି, ଭଦ୍ରକ ଜିଲ୍ଲା ଶାଖା, ଭଦ୍ରକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କର୍ମଚାରୀ ଭବନ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରାୟ ଭଦ୍ରକ ଜିଲ୍ଲାର ସମସ୍ତ କର୍ମଚାରୀ ସଂଘ କର୍ମଚାରୀ ଏକତା ନିମନ୍ତେ ବିଭିନ୍ନ ମତାମତ ରଖିଥିଲେ ଓ ଯେଉଁ ସଂଘ ମାନେ ଆଜିର ବୈଠକ ରେ ଉପସ୍ଥିତ ନଥିଲେ ସେମାନେ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ବୈଠକ ରେ ଉପସ୍ଥିତ ହୋଇ ଜିଲ୍ଲା ସଂଗଠନ କୁ ମଜଭୁତ କରିବାକୁ ଆହ୍ୱାନ କରାଯାଇଛି ଓ ଗଠନ ପ୍ରକ୍ରିୟା ରେ ସାମିଲହେବାକୁ ଅନୁରୋଧ କରାଯାଉଛି । ଉକ୍ତ ବୈଠକ କୁ ହେମନ୍ତ ପ୍ରଧାନ ପରିଚାଳନା କରିଥିଲେ । ଉକ୍ତ ବୈଠକ ରେ ଶରତ ମହାନ୍ତି, ଉଦୟ ନାରାୟଣ ପଣ୍ଡା, ଗଦାଧର ମହାପାତ୍ର, ନିର୍ମଳ କୁମାର ବେହୁରିଆ, ତପନ ସ୍ୱାଇଁ, ଲଲାଟେନ୍ଦୁ ସାମଲ, ଶ୍ରୀକାନ୍ତ ଦାଶ, ଓମକାର ଦାସ, ଆଇଜାକ୍ ମହାନ୍ତି, ରଞ୍ଜିତ ଲେଙ୍କା, ମୁକ୍ତିକାନ୍ତ ମଲ୍ଲିକ, ଭାସ୍କର ଚନ୍ଦ୍ର ସେଠୀ, ମାନସ ରଞ୍ଜନ ସାହୁ, ଦିଲ୍ଲୀପ ସାମଲ, ମାନସ ଦାସ, କ୍ଷୀରୋଦ କୁମାର ବଳ,ମାନସ ରଞ୍ଜନ ମହାରଣା, ଦିଲ୍ଲୀପ କୁମାର ପଣ୍ଡା ମାନେ ଉପସ୍ଥିତି ଥିଲେ । ଉକ୍ତ ବୈଠକ ରେ ଉପସ୍ଥିତ କର୍ମକର୍ତା ଓ କର୍ମଚାରୀ ଙ୍କୁ ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ରାଜ୍ୟ ଉପସଭାପତି ବିଭୁଦତ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.