Home ଜିଲ୍ଲା ପରିକ୍ରମା କୂଳ ଲଙ୍ଘିଲା ବୈତରଣୀ ନଦୀ, ନଦୀ-କ୍ଷେତ-ପଥ ଏକାକାର, କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥ...

କୂଳ ଲଙ୍ଘିଲା ବୈତରଣୀ ନଦୀ, ନଦୀ-କ୍ଷେତ-ପଥ ଏକାକାର, କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥ ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ, ଯାଜପୁର -ଆଖଣ୍ଡଳମଣି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ଆଗନ୍ତୁକ ହଜାର ହଜାର କାଉଡିଆଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟାପାଣି ଦୃତଗତିରେ ବୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂବାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରବାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଂଚଳରେ ବନ୍‌୍ୟାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ବନ୍ୟାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିବାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ୟ ବନ୍‌୍ୟାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିବାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୁବନେଶ୍ୱର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିବାବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡି୍ୱାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା ହେଲେ ବୈତରଣୀ ନଦୀ କୂଳ ଲଘିଂବାରୁ ଦୀର୍ଘ ୧କିମି ଯାଏ ରାସ୍ତା ବୁଡ଼ି ବନ୍‌୍ୟାପାଣି ପ୍ରବାହିତ ହେଉଥିବାରୁ ଆଗନ୍ତୁକ କାଉଡ଼ିଆ ଭକ୍ତ ଦିନ ସମୟରେ ଭୟରେ ଯାଉଥିବା ବେଳେ ରାତିରେ ହିଂସ୍ର କୁମ୍ଭୀର ଓ ସରିସୃପ ଭୟ ଘାରିଥିଲା। ଏପରି ସ୍ଥିତିର ଭଦ୍ରକ ଉପଜିଲ୍ଲାପାଳ ପରଖିବା ସହ ରାତିରେ ଆଲୋକ ବ୍ୟବସ୍ଥା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପଟେ ଦୁର୍ବଳ ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକାରୀମାନେ ସଜାଗ ରହିଥିଲେ।

4

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟାପାଣି ଦୃତଗତିରେ ବୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂବାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରବାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଂଚଳରେ ବନ୍‌୍ୟାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ବନ୍ୟାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିବାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ୟ ବନ୍‌୍ୟାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିବାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୁବନେଶ୍ୱର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିବାବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡି୍ୱାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା ହେଲେ ବୈତରଣୀ ନଦୀ କୂଳ ଲଘିଂବାରୁ ଦୀର୍ଘ ୧କିମି ଯାଏ ରାସ୍ତା ବୁଡ଼ି ବନ୍‌୍ୟାପାଣି ପ୍ରବାହିତ ହେଉଥିବାରୁ ଆଗନ୍ତୁକ କାଉଡ଼ିଆ ଭକ୍ତ ଦିନ ସମୟରେ ଭୟରେ ଯାଉଥିବା ବେଳେ ରାତିରେ ହିଂସ୍ର କୁମ୍ଭୀର ଓ ସରିସୃପ ଭୟ ଘାରିଥିଲା। ଏପରି ସ୍ଥିତିର ଭଦ୍ରକ ଉପଜିଲ୍ଲାପାଳ ପରଖିବା ସହ ରାତିରେ ଆଲୋକ ବ୍ୟବସ୍ଥା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପଟେ ଦୁର୍ବଳ ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକାରୀମାନେ ସଜାଗ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.