Home ଜିଲ୍ଲା ପରିକ୍ରମା ଜିଲାରେ ପଡିରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲାପାଳଙ୍କ ସହ ପୂର୍ବତନ ସାଂସଦ ଓ ବିଧାୟକଙ୍କ...

ଜିଲାରେ ପଡିରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲାପାଳଙ୍କ ସହ ପୂର୍ବତନ ସାଂସଦ ଓ ବିଧାୟକଙ୍କ ଆଲୋଚନା

6

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ପୌରାଂଚଳରେ ବିସ୍ତାପିତ ହୋଇଥିବା ଦୋକାନୀମାନଙ୍କ ଥଇଥାନ, କାନ୍ତକବି ପୀଠକୁ ଭଦ୍ରକ ଚାନ୍ଦବାଲି ତାରିଣୀ ଛକ ଠାରୁ ପ୍ରସ୍ତାବିତ ବାଇପାସ ରୋଡ଼, ଏନଏଚ ୧୬ ଗେଲପୁର ଠାରୁ ହଳଦିଡିହ ବାଇପାସ ଭାୟା ଭଦ୍ରକାଳୀ ପର୍ଯ୍ୟନ୍ତ ବାଇପାସ ରୋଡ଼, ଭଦ୍ରକ ଚାନ୍ଦବାଲି ରାସ୍ତା ଶାଳନ୍ଦୀ କଲୋନୀ ଠାରୁ ଇଛାପୁର ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ନିର୍ମାଣ, ଇଚ୍ଛାପୁର ବାସୁଦେବପୁର ପଦ୍ମପୁର ବିରସ ରାସ୍ତାର ଉନ୍ନତି କରଣ, ରାଜଘାଟ ଛକ ଠାରୁ ଡାହାଣୀ ଗଢିଆ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଡ୍ରେନେଜ ନିର୍ମାଣ, ଏରତାଳ ଆର.ଆଇ. ଅଫିସ ବାସୁଦେପୁର ସବ ରେଜେଷ୍ଟ୍ରି ଅଫିସ ନିର୍ମାଣ, ବାସୁଦେବପୁର ସହରାଂଚଳରେ ଉଭୟ ପାର୍ଶ୍ୱରେ ଡ୍ରେନେଜ ନିର୍ମାଣ, ଦୋବଲ ବଜାର ଠାରେ ନିର୍ମିତ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ, ନୂତନ ଜିଲ୍ଲା ହସ୍ପିଟାଲ ଓ ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ, ଅନୁସୂଚିତ ଜାତି ଜନ ଜାତି ଙ୍କ ପାଇଁ ନିର୍ମାଣଧୀନ ଛାତ୍ର ଛାତ୍ରୀ ରହିବା, କାନ୍ତ କବି ପୀଠକୁ ପୂର୍ବରୁ ୫୦ ଲକ୍ଷ ପୂର୍ବ ଅନୁଦାନ କୁ ବିନିଯୋଗ କରିବା, ସୁଗୋ ଏରତାଳ ବାଳିକା ବିଦ୍ୟାଳୟ କୁ ୪୫ ଲକ୍ଷ ପୂର୍ବ ଅନୁଦାନ ବିନିଯୋଗ କରିବା, ଭଦ୍ରକ ଆରଡ଼ି ରାସ୍ତା ନିର୍ମାଣ ସମ୍ପର୍ଣ୍ଣିକରଣ କରିବା, ଦୋଳସାହି ବୋଡ଼କ ରାସ୍ତା ସମ୍ପର୍ଣ୍ଣିକରଣ କରିବା, ଜାତୀୟ ରାଜପଥ ଗେଲପୁର ଏବଂ ମାଳଦା ଛକ ଠାରେ ବାମ ପାର୍ଶ୍ୱ ରାସ୍ତା ସଂଯୋଗୀକରଣ, ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନର ନିର୍ମାଣଧୀନ ୧୧୮, ୧୧୯, ୧୨୫ କାଯ୍ୟର ଅଗ୍ରଗତି, ବାସୁଦେବପୁର କପାଗଢିଆ ଛକ ଠାରେ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷିତ ରଖିବା, ବାସୁଦେବପୁର ସହର ଦେଇ ଅଦାନୀ ପୋର୍ଟ କୁ ମାଲବାହି ଜାନ ଯାତାୟାତର ସମୟ ନିର୍ଘଂଟ, ଜିଲ୍ଲାର ପାଇପି ଯୋଗେ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି, ପଦ୍ମପୁର ଠାରେ ୩୩/୧୧ଳଭ ସବ ଷ୍ଟେସନ ରୁ ୫ ଗୋଟି ପଂଚାୟତ କୁ ବିଦ୍ୟୁତ ସଂଯୋଗ, ବାସୁଦେବପୁର ଏବଂ ଧାମନଗର ମେଡିକାଲରେ ସବ ବ୍ୟବଚ୍ଛେଦ କେନ୍ଦ୍ର ନିର୍ମାଣ ଓ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଜି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ପଡିରହିଥିବା ଉପରୋକ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ନେଇ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.