Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରେ ବଡ ବନ୍ୟା, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା, ଧାମନଗର ବ୍ଲକର ତଳିଆ ଅଂଚଳରେ...

ବୈତରଣୀ ନଦୀରେ ବଡ ବନ୍ୟା, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା, ଧାମନଗର ବ୍ଲକର ତଳିଆ ଅଂଚଳରେ ଲୋକମାନେ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ ଡାକବାଜି ଦ୍ୱାରା ସୂଚନା

7

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦିନ ହେବ ଲଘୁ ଚାପ ଜନିତ ବର୍ଷା ଦ୍ୱାରା ଧାମନଗର ଅଂଚଳ ଅସ୍ତ ବ୍ୟସ୍ତ ହୋଇଥିବାବେଳେ ବୈତରଣୀ ନଦୀରେ ଉପର ମୁଣ୍ଡ ରେ ବର୍ଷା ଦ୍ୱାରା ଏବେ ବୈତରଣୀ ନଦୀରେ ବଡ ବନ୍ୟା ସୃଷ୍ଟି ହୋଇଚି।ବୈତରଣୀ ନଦୀ ର ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ସଂଧ୍ୟା ୬ ଟା ସୁଦ୍ଧା ବିପଦ ସଂକେତ ଉପରେ ୧୮.୭୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଧାମନଗର ବ୍ଲକ ର ବୈତରଣୀ ,କୋଚିଳା ନଦୀ ରେ ବନ୍ୟା ଆସିଛି।ରେ ତେବେ ଚଳିତ ବର୍ଷ ର ଏହା ବଡ ବନ୍ୟା ହୋଇ ଥିବାରୁ ପ୍ରଶାସନ ପକ୍ଷରୁ ଡାକବାଜି ମାଧ୍ୟମରେ ଧାମନଗର , ଦୋବଲ,ଖଡିପଦା,ଆନନ୍ଦପୁର, ସେଣ୍ଡପୁର, ବେଦପୁର, କରଦା, ସୋହଡ଼ା, ପଧାନି, ଅର୍ଜୁନପୂର, ନଦୀଗାଁ ସମେତ ତଳିଆ ଅଞ୍ଚଳ ର ଲୋକ ମାନଙ୍କୁ ସଚେତନ କରା ଯାଇଚି ନିକଟସ୍ତ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ, ଓ ଉଚ୍ଚାସ୍ଥାନ କୁ ଯିବାପାଇଁ କୁହା ଯାଇଚି। ଧାମନଗର ବିଧାୟକ ତଥା ରାଜ୍ୟଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗର ବ୍ଲକ ର ବିଭିନ୍ନ ନଦୀ ବନ୍ଦ ବୁଲି ଦେଖିଥିଲେ। ମଲିମାହାରା ଓ ଗୌରାଙ୍ଗପୁର ଏସକେଫ ନିକଟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତବର୍ଷ ବଡ ବନ୍ୟା ଆଶଙ୍କା ଥିଲେ ମଧ୍ୟ ଉକ୍ତ ଏସକେଏଫ ଦୁଇଟିରେ ଦୁଇଫୁଟ ଲେଖାଏ ଉଚ୍ଚା କରାଯାଇ ଥିବାରୁ ବନ୍ୟା ଧାମନଗର ର ତଳିଆ ଅଂଚଳ କୁ ଅଧିକ ବନ୍ୟା ଜଳ ପ୍ରବେଶ କରିବନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଚନ୍ତି।କୋଚିଳା ନଦୀ ର ସଇଲୋ ଠାରେ କୋଚିଳା ନଦୀ ବନ୍ଧ ଦୃବଳଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରାବାଲିବସ୍ତା ଦିଆଯାଇଚୀବୋଲି ବିଭାଗୀୟ ଅଧିକାରୀ କିଶୋର ଦାସ ସୁଚନା ଦେଇଛନ୍ତି। ଶନିବାର ସଂଧ୍ୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଦ୍ୱାରା ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବନ୍ୟା ପାଇଁ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ। ଏହି ଅବସର ରେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ,ଭଦ୍ରକ ଏସ ପି ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ରବିନାରାୟଣ ସାହୁ,ସରୋଜ ଦତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ରହିଛନ୍ତି । ପ୍ରସୂତୀ ମହିଳା ଙ୍କୁ ସ୍ଥାନୀୟ ଡାକ୍ତର ଖାନା କୁ ଯିବାକୁ ପରାମର୍ଶ ଦିଆ ଯାଇଛି। ୮୦ ବର୍ଷ ର ଲୋକ ଙ୍କୁ ମଧ୍ୟ ଉଚ୍ଚା ସ୍ଥାନକୁ ଯିବା ପାଇଁ କୁହାଯାଇଚି।୩୦ ଟି ସ୍କୁଲ କୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ନିଆ ଯାଇଛି।ସେଠାରେ ବିପନ୍ନ ଲୋକମାନେ ରହିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.