Home ଜିଲ୍ଲା ପରିକ୍ରମା ‘ଆମେ’ର ଅମାବାସ୍ୟା ଆସର, ‘ଶାନ୍ତିର ବିକଳ୍ପ ଯୁଦ୍ଧ ନୁହେଁ’

‘ଆମେ’ର ଅମାବାସ୍ୟା ଆସର, ‘ଶାନ୍ତିର ବିକଳ୍ପ ଯୁଦ୍ଧ ନୁହେଁ’

6

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପ୍ରତି ବିଶ୍ୱ ଯେଉଁ ପରିସ୍ଥ୍‌ିତି ମଧ୍ୟରେ ଗତି କରୁଛି ତା’ ଭିତରେ ସାଧାରଣ ମଣିଷ ସବୁ ସମୟରେ ଏକ ଆକସ୍ମିକତାରେ ଜୀବନ ଜୀଉଁଛି । ପ୍ରତିଦିନ କୋଉ ଦେଶ ସହିତ କେଉଁ ଦେଶର ଯୁଦ୍ଧ ହେଉଛି । ନିଜର ପତିଆର ଦେଖାଇବା ପାଇଁ ହେଉ କି ଲୁଣ୍ଠନ କରିବାକୁ ହେଉ, ଦୁର୍ବଳ ଉପରେ ସବୁ ବେଳେ ସବଳର ଅତ୍ୟାଚାର ଜାରି ରହି ଆସିଛି । ଯୁଦ୍ଧ ଯେ କେବଳ ଆଜି ହେଉଛି ତା’ନୁହେଁ, ଏହା ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ମଧ୍ୟ ହେଉଥିଲା । ତେବେ ଯେଉଁ କଥା କୁହାଯାଏ ଯେ ଯୁଦ୍ଧ ପରେ ଦେଶରେ ଶାନ୍ତି ଫେରିଛି, ମାତ୍ର ଯୁଦ୍ଧ ଶାନ୍ତିର ବିକଳ୍ପ ନୁହେଁ ବୋଲି ପ୍ରଜ୍ଞାପୀଠ ଠାରେ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଆୟୋଜିତ ଅମାବାସ୍ୟା ଆସରରେ ଆଲୋଚ୍ୟ ବିଷୟ ‘ଯୁଦ୍ଧ ଓ ଶାନ୍ତି’ ପରିପ୍ରେକ୍ଷୀରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକ କଲେଜ କ୍ୟାମ୍ପସ୍ କେଶବ ନଗର ସ୍ଥିତ ପ୍ରଜ୍ଞାପୀଠରେ ଚିତାଲାଗି ଅମାବାସ୍ୟା ଅବସରରେ ଅନୁଷ୍ଠିତ ମାସିକ ଅମାବାସ୍ୟା ଆସରରେ ଉପସଭାପତି ଆଇନ୍‌ଜୀବୀ ଅଗଣି ଚରଣ ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଆଲୋଚକ ଭାବେ ପ୍ରାଧ୍ୟାପକ ଶିବଚରଣ ଖାମୁରାଇ ଯୋଗ ଦେଇ ଆଲୋଚନା କରିଥିବା ବେଳେ ଆଲୋଚିକା ଭାବେ ପ୍ରାଧ୍ୟାପିକା ଭାନୁମତୀ ମାଟିଆ ଯୋଗ ଦେଇ ନିଜର ମତ ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଉଷାରାଣୀ ଜେନା, ସାହିତ୍ୟାନୁରାଗୀ ମଦନ ମୋହନ ମହାକୁଡ଼, ଏସ୍‌ୟୁଜେ ଜିଲ୍ଲା ସମ୍ପାଦକ ସାମ୍ବାଦିକ ତପନ କୁମାର ମିଶ୍ର, ଯୁବନେତା ଅମ୍ବିକା ପ୍ରସନ୍ନ ଦାସ, ବିଏମ୍‌ଏସ୍ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ଅଖିଳ ଭାରତ ଆଶାକର୍ମୀ ସଂଘ କେନ୍ଦ୍ର ଉପସଭାପତି ମୁକ୍ତିକାନ୍ତ ସାହୁ, ଶିଳ୍ପୀ ରତିକାନ୍ତ ଦାସ, ଦିଲିପ କୁମାର ନାୟକ, କୈଳାସ ଜେନା, ରଜତ ସାହୁ, ଯୁବ କବି ଅଂଶୁମାନ ସ୍ୱାଇଁ ଆଲୋଚନାରେ ନିଜନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ‘ଆମେ’ର ପ୍ରତିଷ୍ଠାତା ପ୍ରଫେସର ଅଟଳ ବିହାରୀ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । କବି ରମେଶ ଚନ୍ଦ୍ର ସ୍ୱାଇଁ ‘ଯୁଦ୍ଧ ଓ ଶାନ୍ତି’ ପର୍ଯ୍ୟବେଶିତ କବିତା ଆବୃତି କରିଥିଲେ । ସମ୍ଭାବନାର ସମ୍ପାଦକ ଋତୁରାଜ ଅକ୍ଷୟ, ଗୀତିକାର ଅରୂପାନନ୍ଦ ଆସରର ସୁପରିଚାଳନା କରିଥିଲେ । ସମ୍ପାଦକ ପ୍ରଫୁଲ୍ଲ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଆଦ୍ୟାଶା ନାୟକ, ଆରାଧ୍ୟା ନାୟକ ଆସରରେ ଚିତଉ ପିଠା ଦେଇ ସଭିଙ୍କୁ ଆପ୍ୟାୟିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.