Home ଜିଲ୍ଲା ପରିକ୍ରମା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ଅସନ୍ତୋଷ, କାର୍ଯ୍ୟାଳୟରେ ତାଲା...

ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ଅସନ୍ତୋଷ, କାର୍ଯ୍ୟାଳୟରେ ତାଲା ପକାଇଲେ ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକ

8

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା କମିଟି ଗଠନକୁ ନେଇ ପୂର୍ବତନ କେତେକ କମିଟି ସଦସ୍ୟ ଓ ଅଭିଭାକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଶନିବାର ପୂର୍ବାହ୍ନରେ ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ଜଣା ପଡ଼ିଛି । ନୂତନ ପରିଚାଳନା କମିଟିକୁ ବିରୋଧ କରି ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ ଶୁକ୍ରବାର ସ୍କୁଲର ପ୍ରଧାନ ଆଚାର୍ଯ୍ୟଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ବିବରଣୀରୁ ଜଣା ପଡ଼ିଛି ଯେ, ଅଗଷ୍ଟ ୩ତାରିଖରେ ପରିଚାଳନା କମିଟିର କାର୍ଯ୍ୟକାଳ ଅବଧି ଶେଷ ହେବାର ଥିଲା । ଇତି ପୂର୍ବରୁ କମିଟିର କର୍ମକର୍ତା ଓ ସଦସ୍ୟମାନେ ନୂତନ କମିଟି ଗଠନ ପାଇଁ ଶିକ୍ଷା ବିକାଶ ସମିତିକୁ ଅବଗତ କରାଯାଇଥିଲା । ମାତ୍ର ନୂତନ ପରିଚାଳନା କମିଟି ଗଠନ କରାଯିବା ପୂର୍ବରୁ ପୂର୍ବତନ ପରିଚାଳନା କମିଟିର କେତେକ କର୍ମକର୍ତା ଓ ସଦ୍ୟମାନଙ୍କୁ ସୂଚନା ଦିଆ ନଯାଇ ତରବରିଆ ଭାବେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ନୂତନ ପରିଚାଳନା କମିଟି ଗଠନ ସମ୍ପର୍କରେ ଖବର ପାଇବା ପରେ ପୂର୍ବତନ ପରିଚାଳନା କମିଟିର କେତେକ କର୍ମକର୍ତା ଓ ସଦସ୍ୟ ଓ ଅବିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନୂତନ କମିଟି ଗଠନକୁ ପୂର୍ବତନ କମିଟିର କର୍ମକର୍ତା ଓ ସ୍ୱାଗତ କରିଥିବା ବେଳେ ସେମାନଙ୍କ ଅଜ୍ଞାତରେ ପରିଚାଳନା କମିଟି ଗଠନ କରାଯିବା ଯୁକ୍ତିସଂଗତ ନୁହେଁ ବୋଲି ପୂର୍ବତନ କମିଟି ସଦସ୍ୟ ଓ ଅବିଭାବକମାନେ ମତ ଦେଇଛନ୍ତି । ତେବେ ଏ ସମ୍ପର୍କରେ ମତାମତ ପାଇଁ ପ୍ରଧାନ ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.